fbpx
BJD
BJD SKY
BJD SKY

କିଶୋର ଜେନାଙ୍କୁ ୨୫ ଲକ୍ଷ: ଓଡ଼ିଆ ଆଥଲେଟଙ୍କୁ ପୁରସ୍କାର ଘୋଷଣା କଲେ ସରକାର

ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନ୍ସରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଆ ଜାତି ପାଇଁ ଗୌରବ ଆଣିଛନ୍ତି କିଶୋର ଜେନା । ଜାଭେଲିନ ଥ୍ରୋ’ରେ ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶାର ନାଁ ରଖିଛନ୍ତି କିଶୋର । ଏହାପରେ ରାଜ୍ୟ ସରକାରଙ୍କ ତରଫରୁ କିଶୋରଙ୍କୁ ପୁରସ୍କୃତ କରାଯାଇଛି । ଜାଭେଲିନ ଥ୍ରୋୟର କିଶୋରଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦର୍ଶନ କରିବେ ରାଜ୍ୟ ସରକାର । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ତେବେ ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଏହି ଫାଇନାଲ ଇଭେଣ୍ଟରେ ଓଡ଼ିଆ ପୁଅ କିଶୋର ଜେନା ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ବ୍ୟକ୍ତିଗତ ଭାବରେ ୮୪.୭୭ ମିଟର ଥ୍ରୋ କରି ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି କିଶୋର । ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ କିଶୋରଙ୍କ ଏହି ପ୍ରଦର୍ଶନ ସାରା ଓଡ଼ିଆ ଜାତିକୁ ଗର୍ବ ଏବଂ ଗୌରବ ଆଣି ଦେଇଛି । ଜଣେ ଓଡ଼ିଆ ଆଥଲେଟିକ ଭାବରେ କିଶୋରଙ୍କ ଏହି ପ୍ରଦର୍ଶନ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତେବେ ତାଙ୍କର ଏହି ଐତିହାସିକ ପ୍ରଦର୍ଶନକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ତାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ନେଇ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ୪୦ ବର୍ଷର ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଭାବରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା । ପାକିସ୍ତାନୀ ନଦୀମଙ୍କ ୮୭.୮୨ମିଟର ଜାଭେଲିନ ଥ୍ରୋକୁ ଅତିକ୍ରମ କରି ନୀରଜ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପରେ ବିଶ୍ୱ କୀର୍ତ୍ତିମାନକୁ ନିଜ ନାମରେ କରିଛନ୍ତି ଭାରତର ‘ସୁନା’ ପୁଅ । ନୀରଜ ଏହି ମ୍ୟାଚରେ ୮୮.୧୭ମିଟର ଥ୍ରୋ କରିଥିଲେ । ଏହାବ୍ୟତୀତ ଅନ୍ୟତମ ଭାରତୀୟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି କିଶୋରଙ୍କ ପରେ ଅର୍ଥାତ୍ ଷଷ୍ଠ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.