ଭୁବନେଶ୍ୱର: ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା । ପୂଜା ପାଇଁ ବିଏମସି ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ପୂଜାବେଳେ ପାର୍କିଂକୁ ଦିଆଗଲା ଗୁରୁତ୍ୱ । ପାର୍କିଂ ନ ଥିଲେ ପଡ଼ି ପାରିବନି ମୀନାବଜାର, ମିଳିବନି ରାବଣ ପୋଡ଼ି ପାଇଁ ଅନୁମତି ।
ମୁଖ୍ୟ ରାସ୍ତାରେ ଲାଗିବନି ତୋରଣ । ପ୍ଲାଷ୍ଟିକ୍ ମୁକ୍ତ ହେବ ପୂଜା । ପୂଜା କମିଟି ଭସାଣି ସ୍ଥାନରେ ଖୋଲିବେ କଣ୍ଟ୍ରୋଲ ରୁମ୍ ।
ପେଣ୍ଡାଲ ନିକଟରୁ ହଟାଯିବ ବୁଲାକୁକୁର । ବୈଠକ ପରେ ବିଏସି ମେୟରଙ୍କ ସୂଚନା ।