ଦୋକାନରେ କଳାକନା ବୁଲାଇଲା ଲଙ୍ଗଳା ଚୋର, ୨୫ ଲକ୍ଷ ଟଙ୍କାର ମୋବାଇଲ ଉଠେଇ ନେଲା
୮୫ ମୋବାଇଲ ଚୋରି କରି ନେଇଛି ଉକ୍ତ ଯୁବକ । ପରବର୍ତ୍ତୀ ସମୟରେ ପୋଲିସ ତାକୁ ଗିରଫ କରିଥିଲା ।
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚୋରୀର ସିସିଟିଭି ଫୁଟେଜ୍ ଜାରି ହେବା ପରେ ସତ୍ୟସତ୍ୟ ଏବେ ବାହାରକୁ ଆସିଛି ।
ବେଙ୍ଗାଲୁରୁ ବୋମ୍ମାନହଲିସ୍ଥିତ ଶୋ’ରୁମ୍ରେ ହୋଇଥିବା ଚୋରି ସିସିଟିଭି ଫୁଟେଜ ଅନୁସାରେ, ଜଣେ ଯୁବକ ମୁହଁରେ ମାସ୍କ ଏବଂ ମୁଣ୍ଡରେ ଟ୍ରଚ୍ ଲାଇଟ୍ ଲଗେଇ ବିନା ପୋଷାକରେ ଚୋରି କରୁଥିବା ଦେଖିବାକୁ ମିଳିଛି ।
ଦୋକାନରୁ ବିଭିନ୍ନ ପ୍ରକାର ବ୍ରାଣ୍ଡର ୮୫ ମୋବାଇଲ ଚୋରି କରି ନେଇଛି ଉକ୍ତ ଯୁବକ । ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ସିସିଟିଭି ଫୁଟେଜ ଆଧାରରେ ସ୍ଥାନୀୟ ପୋଲିସ ଉକ୍ତ ଚୋରକୁ ଧରିବାରେ ସଫଳ ହୋଇଛି ।
ଗିରଫ ପରେ ଉକ୍ତ ଚୋରକୁ ଜେରା କରୁଛି ପୋଲିସ ।
୨୦୧୮ରେ ଜରେ ଚୋରକୁ ପୋଲିସ ଗିରଫ କରିଥିଲା । ଯେ, ଲଙ୍ଗଳା ହୋଇ କେରଳ ଏବଂ ତାମିଲନାଡ଼ୁ ସୀମାରେ ଥିବା ୨୫ ଘର ଭାଙ୍ଗି ଚୋରି କରିଥିଲା । ଦେହରେ କଳା ସିହାଇ ବୋଳିବା ସହ ମୁହଁ ଲୁଚାଇବା ପାଇଁ ଅନ୍ତଃବସ୍ତ୍ରକୁ ମୁଣ୍ଡରେ ଲଗେଇ ଚୋରି କରୁଥିବା ଜଣାପଡ଼ିଥିଲା ।
ପରବର୍ତ୍ତୀ ସମୟରେ ପୋଲିସ ତାକୁ ଗିରଫ କରିଥିଲା ।