fbpx

NALCOକୁ ମିଳିଲା ଗୋଲ୍ଡେନ ପିକକ୍ ଜାତୀୟ ପୁରସ୍କାର

Advertisement

ନୂଆଦିଲ୍ଲୀ: ଏସିଆର ସର୍ବବୃହତ ଆଲୁମିନିୟମ କମ୍ପାନୀ ନାଲକୋକୁ ମିଳିଛି ଗୋଲ୍ଡେନ ପିକକ୍ ଜାତୀୟ ପୁରସ୍କାର । ନିରନ୍ତର ଭାବେ ଭାବେ ଖଣି ଓ ପରିବେଶ ଅନୁକୂଳ କାର୍ଯ୍ୟ ପାଇଁ ପ୍ରୟାସ ଜାରି ରଖିଥିବାରୁ ନାଲକୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟରର୍ସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଲକୋ ସିଏମଡି ଶ୍ରୀଧର ପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ଅବସରରେ ଶ୍ରୀ ପାତ୍ର ନାଲକୋଙ୍କର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । ନାଲକୋ ବର୍ଷ ବର୍ଷ ଧରି ଅର୍ଥନୀତି, ସାମାଜିକ, ପରିବେଶ ଓ ଶକ୍ତି କ୍ଷେତ୍ରରେ ନିଜର ସହଯୋଗ ପ୍ରଦାନ କରିଆସିଛି । କମ୍ପାନୀର ମାଇନ୍ସ ଡିଭିଜନକୁ କେନ୍ଦ୍ର ମାଇନ୍ସ ମନ୍ତ୍ରଣାଳୟ ପକ୍ଷରୁ ୫ ଷ୍ଟାର ରେଟିଂ ମିଳିସାରିଛି ବୋଲି ସେ କହିଥିଲେ । ଗୋଲ୍ଡେନ ପିକକ୍ ଆୱାର୍ଡକୁ ସ୍ଥାନୀୟ ଓ ଆନ୍ତର୍ଜାତିକ ସ୍ତରରେ କର୍ପୋରେଟ ଏକ୍ସଲେନ୍ସର ହଲମାର୍କ ରୂପେ ବିବେଚନା କରାଯାଏ ।

Get real time updates directly on you device, subscribe now.