fbpx

ଚନ୍ଦ୍ରର ମାଟି ସହ ମିଶୁଛି ଭାରତର ଏହି ଜିଲ୍ଲାର ମାଟି, ପରୀକ୍ଷଣ ପାଇଁ ଇସ୍ରୋ ଆଣି ସାରିଲାଣି ୫୦ ଟନ୍ ମାଟି

ଚେନ୍ନାଇ:ଏବେ ସାରା ବିଶ୍ୱ ଉତ୍କଣ୍ଠାର ସହ ଚାହିଁ ବସିଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ର ଅବତରଣ ସମୟକୁ । ଇସ୍ରୋକୁ ତାର ଏହି ଅଭିଯାନରେ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ତାମିଲନାଡୁର ସୁପୁତ୍ର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ, ଚନ୍ଦ୍ରଯାନ ୨ ମିଶନର ନିର୍ଦ୍ଦେଶକ ମାୟିଲସାମୀ ଆନ୍ନାଦୁରାଇ, ଚନ୍ଦ୍ରଯାନ ୩ର ପରିଯୋଜନା ନିର୍ଦ୍ଦେଶକ ବୀରମୁଥେବଲ ପି.ଙ୍କର କେବଳ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିନାହିଁ ବରଂ ରାଜ୍ୟର ମାଟି ବି ଏଥିରେ ପ୍ରମୁଖ ଭୂମିିକା ନିଭାଇଛି ।

ରାଜ୍ୟର ରାଜଧାନୀ ଚେନ୍ନାଇରୁ ପ୍ରାୟ ୪୦୦କିଲୋମିଟର ଦୂର ନାମକଲ ଗ୍ରାମ ୨୦୧୨ରୁ ଚନ୍ଦ୍ରଯାନ ମିଶନର କ୍ଷମତା ଯାଞ୍ଚ କରିବା ଲାଗି ଇସ୍ରୋକୁ ଏହାର ମାଟି ଉପଲବ୍ଧ କରାଇ ଆସୁଛି । କାରଣ ଏହି ଜିଲ୍ଲାର ଭୂମି ସହ ଚନ୍ଦ୍ରପୃଷ୍ଠର ତାଳମେଳ ରହିଛି । ଏହି ପ୍ରକାରେ ଇସ୍ରୋକୁ ଏହାର ଲ୍ୟାଣ୍ଡରର କ୍ଷମତା ଯାଞ୍ଚ କରିବାକୁ ଓ ଏଥିରେ ସୁଧାର ଆଣିବାକୁ ସହାୟତା ମିଳିଛି ।
ଯଦି ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ଚନ୍ଦ୍ରମାରେ ସଫଳତାର ସହ ଅବତରଣ କରିବ ତେବେ ଏହାଦ୍ୱାରା ତାମିଲନାଡୁ ଖାତାରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଯିବ । ତାମିଲନାଡୁ ଇସ୍ରୋର ଏହି ମହତକାଂକ୍ଷୀ ଚନ୍ଦ୍ରମା ମିଶନର ପରୀକ୍ଷଣ ଲାଗି ତୃତୀୟ ଥର ମାଟି ଯୋଗାଇଛି ।

ପେରିୟାର ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ ପ୍ରଫେସର ଏନ୍. ଅନବଝଗନ କହିଛନ୍ତି ନାମକଲରେ ପ୍ରଚୁର ମାତ୍ରାରେ ମାଟି ଉପଲବ୍ଧ ରହିଛି । ତେଣୁ ଆବଶ୍ୟକ ପଡିଲେ ଇସ୍ରୋ ଏହାର ଉପଯୋଗ କରିଥାଏ । ବୈଜ୍ଞାନିକ ଅନୁସନ୍ଧାନରୁ ଜଣାଯାଇଛି ତାମିଲନାଡୁରେ ସେହି ପ୍ରକାର ମାଟି ରହିଛି ଯାହାର ଚନ୍ଦ୍ରପୃଷ୍ଠ ସହ ବହୁ ସମାନତା ରହିଛି । ବିଶେଷ କରି ଚନ୍ଦ୍ରମାର ଦକ୍ଷିଣ ମେରୁରେ ଥିବା ମାଟି ସହ ଏହି ମାଟି ମେଳ ଖାଉଛି । ଚନ୍ଦ୍ରପୃଷ୍ଠରେ ଥିବା ମାଟିକୁ ଏନାଥ୍ରୋସାଇଟ୍ କୁହାଯାଉଛି ଯାହା ମାଟିର ଏକ ପ୍ରକାର ଅଟେ ।

ପ୍ରଫେସର ଏନ୍. ଅନବଝଗନ କହିଛନ୍ତି ଇସ୍ରୋ ଯେବେଠାରୁ ଚନ୍ଦ୍ରମା ଅନ୍ୱେଷଣ କାର୍ଯ୍ୟକ୍ରମ ଘୋଷଣା କରିଛି ସେବେଠାରୁ ଆମେ ଲଗାତର ମାଟି ପଠାଇବାରେ ଲାଗିଛୁ । ଏହି କ୍ରମରେ ଇସ୍ରୋକୁ ଏହି ଗାଁରୁ ୫୦ ଟନ ମାଟି ପଠାଯାଇଛି ।

 

Get real time updates directly on you device, subscribe now.