fbpx

Thrilling ମ୍ୟାଚରେ ନାମିବିଆର ବିଜୟ: ସୁପର ଓଭରରେ ଡାଭିଡ ୱିଜିଙ୍କ ଦମଦାର ବୋଲିଂ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭରୁ ହିଁ ରୋମାଞ୍ଚ ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ ଓମାନ ଏବଂ ନାମିବିଆ ମଧ୍ୟରେ ଖେଳା ଯାଇଥିବା ବେଳେ ନାମିବିଆ ଦମଦାର ବିଜୟ ହାସଲ କରିଛି । ସୁପର ଓଭରରେ ଓମାନକୁ ମାତ୍ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି ନାମିବିଆ । ଡାଭିଡ ୱିଜିଙ୍କ ଦମଦାର ପ୍ରଦର୍ଶନ ବଳରେ ନାମିବିଆ ଏହି ମ୍ୟାଚ ଉପରେ କବଜା କରିଛି । ସୁପର ଓଭର ଯୁଦ୍ଧରେ ପରାଜୟର ସାମନା କରିଛି ଓମାନ୍ । ଓମାନ ତରଫରୁ ମେହରାନ୍ ଖାନଙ୍କ ଦମଦାର ଓଭର(୨୦) ପାଇଁ ଏହି ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ଶେଷ ଓଭରରେ ଓମାନକୁ ମାତ୍ର ୭ ରନର ଆବଶ୍ୟକ ଥିବା ବେଳେ ମେହରାନ ୨ଟି ୱିକେଟ ନେଇ ଦଳର ବିଜୟ ଆଶା ଜୀବିତ ରଖିଥିଲେ ।

ପ୍ରଥମେ ବ୍ୟାଟିଂ କରି ଓମାନ୍ ୧୦୯ ରନର ଲକ୍ଷ୍ୟ ଦେଇଥିବା ବେଳେ ଜବାବରେ ନାମିବିଆ ମଧ୍ୟ ଏହି ମ୍ୟାଚରେ ୧୦୯ ରନ୍ କରିଥିଲା । ଫଳରେ ମ୍ୟାଚର ରେଜଲ୍ଟ ପାଇଁ ସୁପର ଓଭର ଖେଳାଯାଇଛି । ଏହି ସୁପର ଓଭରରେ ବାଜି ମାରିଛି ନାମିବିଆ । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ତରଫରୁ ଡାଭିଡ ୱିଜି ଏବଂ ଅଧିନାୟକ ଗେରହାର୍ଡ ଇରାସ୍ମସ ଓପନିଙ୍ଗ କରି ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ବିଲାଲ ଖାନଙ୍କ ସୁପର ଓଭରର ପ୍ରଥମ ଦୁଇଟି ବଲରେ ୱିଜି ଗୋଟିଏ ଚୌକା ଏବଂ ଛକା ସହ ୧୦ ରନ୍ କରିଥିବା ବେଳେ ଶେଷ ଦୁଇଟି ବଲରେ ଅଧିନାୟକ ଗେରହାର୍ଡ ଇରାସ୍ମସ ୨ଟି ଚୌକା ସହ ଦଳର ସ୍କୋର ୨୧ ରନରେ ପହଞ୍ଚାଇଥିଲେ । ବର୍ତ୍ତମାନ ଓମାନ ପାଇଁ ସୁପର ଓଭରରେ ୨୨ ରନର ଲକ୍ଷ୍ୟ ରହିଥିଲା ।

ନାମିବିଆ ତରଫରୁ ବୋଲିଂ କରିଥିଲେ ଡାଭିଡ ୱିଜି ବୋଲିଂ କରିଥିବା ବେଳେ ନସୀମ ଖୁସି ଏବଂ ଜିଶାନ୍ ମକସୁଦ ଓମାନ ପାଇଁ ଓପନିଙ୍ଗ କରିଥିଲେ । ତେବେ ଏହି ଓଭରରେ ୱିଜି ଖୁବ ସୁନ୍ଦର ବୋଲିଂ କରିଛନ୍ତି । ପ୍ରଥମ ବଲରେ ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ମାତ୍ର ୨ ରନ୍ ହିଁ ମିଳିଥିଲା । ଏହାପରେ ତୃତୀୟ ବଲରେ ଖୁସିଙ୍କ ୱିକେଟ ନେଇ ୱିଜି ଓମାନକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ପରେ ଅଧିନାୟକ ଆକିବ ମଇଦାନକୁ ଆସିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଛନ୍ତି । ଶେଷ ବଲରେ ୧୮ ରନ୍ ଆବଶ୍ୟକ ରହିଥିବା ବେଳେ ଆକିବ ଛକା ମାରିଥିଲେ । କିନ୍ତୁ ଏହି ଥ୍ରିଲିଙ୍ଗ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ନାମିବିଆ ।

Get real time updates directly on you device, subscribe now.