fbpx

ହାତୀଙ୍କ ପାଇଁ ସୁରକ୍ଷିତ ନୁହେଁ ନରସିଂହପୁର ଜଙ୍ଗଲ: ଦେବୀପ୍ରସାଦ ମିଶ୍ର

ଭୁବନେଶ୍ୱର: ନରସିଂହପୁର ଅଞ୍ଚଳରେ ହାତୀଙ୍କ ସୁରକ୍ଷା ନେଇ ଉଠିଛି ବିରାଟ ପ୍ରଶ୍ନ । ପ୍ରକୃତରେ ଏଠି କେତେ ସୁରକ୍ଷିତ ଗଜରାଜ? ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର । ଏଠାରେ ଅବୈଧ ଭାବରେ ହାତୀ ଶିକାର ଚାଲିଥିବା ନେଇ ସେ ସନ୍ଦେହ କରିଛନ୍ତି ।

ସୂଚନା ଅନୁସାରେ, ନରସିଂହପୁର ପାଖ ଜଙ୍ଗଲରେ ଗୋଟିଏ ହାତୀ ଆହତ ଏବଂ ରକ୍ତାକ୍ତ ଅବସ୍ଥାରେ ଜଙ୍ଗଲରେ ଏଣେତେଣେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଏହି ହାତୀ ଦେହରେ ୩ଟି ଗୁଳି ବାଜିଥିବା ଅନୁମାନ ଜଣାଯାଇଛି । ଗୋଟିଏ ଗୁଳି ମୁଣ୍ଡରେ ବାଜାଥିବା ବେଳେ ଅନ୍ୟ ଦୁଇଟି ଦେହରେ ବାଜି ହାତୀକୁ ଆହତ କରିଛି । ଏହି ଅବସ୍ଥାରେ ଜଙ୍ଗଲରେ ଘୁରି ବୁଲୁଥିବାର ହାତୀକୁ ସ୍ଥାନୀୟ ଲୋକେ ଦେଖି ବିଧାୟକଙ୍କୁ ଜଣାଇଥିଲେ । ହାତୀର ଏ ଅବସ୍ଥା ଜାଣିବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମେତ ବନ ବିଭାଗକୁ ଜଣାଇଛନ୍ତି ପୂର୍ବତନ ମନ୍ତ୍ର ଦେବୀପ୍ରସାଦ ମିଶ୍ର । ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ ଏବଂ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଏ ବାବଦରେ ମଧ୍ୟ ଅବଗତ କରାଯାଇଛି ।

ତେବେ ହାତୀର ଏ ଅବସ୍ଥା ଦେକିବା ପରେ ଏଠାରେ ଥିବା ହାତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ତଳେ ଜଙ୍ଗଲରୁ ଦୁଇଟି ହାତୀର କଙ୍କାଳ ଉଦ୍ଧାର କରିଥିଲା ଏସଟିଏଫ । ଏହାବ୍ୟତୀତ ଗତ ଫେବୃୟାରୀରେ ମଧ୍ୟ ଜଣେ ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା । ତେଣୁ ବାରମ୍ବାର ଏପରି ଘଟଣା ଏହି ଜଙ୍ଗଲରେ ଘଟୁଥିବାରୁ ଏଠାରେ ଅବୈଧ ହାତୀ ଶିକାର ହେଉଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.