fbpx

(Video) ଲାଲକୃଷ୍ଣ ଆଡଭାନୀଙ୍କ ଆର୍ଶୀବାଦ ନେବାକୁ ତାଙ୍କ ଘରେ ପହଞ୍ଚିଲେ ନରେନ୍ଦ୍ର ମୋଦୀ, ଦେଖନ୍ତୁ କିପରି ଥିଲା ମୁଲାକାତ

ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସମସ୍ତଙ୍କ ସହମତିରେ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ସଂସଦୀୟ ଦଳର ନେତା ଭାବେ ଚୟନ କରିଛି । ଏହି ବୈଠକ ପରେ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଭାରତ ରତ୍ନ ଏବଂ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଘରେ ପହଞ୍ଚିଛନ୍ତି । ଏହି ସମୟରେ ସେ ଲାଲକୃଷ୍ଣ ଆଡଭାନୀଙ୍କଠାରୁ ଆର୍ଶୀବାଦ ନେଇଛନ୍ତି ।

ଏହାପରେ ଟିଡିପି ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁର ମୁଖ୍ୟ ନୀତିଶ କୁମାରଙ୍କ ଭଳି ନେତା ମେଣ୍ଟ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଏବଂ ତାଙ୍କୁ ସମର୍ଥନ ଦେଉଥିବା ସାଂସଦମାନଙ୍କ ସୂଚୀ ପ୍ରଦାନ କରିଛନ୍ତି ।

ଏନଡିଏ ସଂସଦୀୟ ଦଳର ନେତା ଚୟନ ହେବା ପରେ ନରେନ୍ଦ୍ର ମୋଦୀ ନିଜ ଭାଷଣର ଆରମ୍ଭରେ କହିଛନ୍ତି ଯେ, ମୋ ପାଇଁ ଖୁସିର ବିଷୟ ହେଉଛି ଯେ, ଏତେ ବଡ଼ ଗ୍ରୁପକୁ ମୋତେ ଏଠାରେ ସ୍ୱାଗତ କରିବାର ସୁଯୋଗ ମିଳିଲା । ଯେଉଁ ସାଥୀମାନେ ବିଜୟୀ ହୋଇ ଆସିଛନ୍ତି, ସେମାନେ ସମସ୍ତେ ଅଭିନନ୍ଦନର ଅଧିକାରୀ ଅଟନ୍ତି । ହେଲେ ଯେଉଁ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାମାନେ ଦିନ-ରାତି ପରିଶ୍ରମ କରିଛନ୍ତି ଭୟଙ୍କର ଗରମରେ ପ୍ରତି ଦଳର କାର୍ଯ୍ୟକର୍ତ୍ତା ପରିଶ୍ରମ କରିଛନ୍ତି ମୁଁ ଆଜି ସେମାନଙ୍କୁ ମୁଣ୍ଡ ତଳକୁ କରି ପ୍ରଣାମ କରୁଛି ।

Get real time updates directly on you device, subscribe now.