fbpx

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦୀ: ରାଷ୍ଟ୍ରପତିଙ୍କୁ ଦେଲେ ଇସ୍ତଫା ପତ୍ର

ନୂଆଦିଲ୍ଲୀ: ଓଡ଼ିଶାରେ ବହୁମତ ପାଇଛି ବିଜେପି । ତେବେ ନୂଆ ସରକାର ଗଠନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଆସନ୍ତା ୮ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ସେ ଶପଥ ନେଇପାରନ୍ତି । ଚଳିତ ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ପାର୍ଟି ହୋଇଥିଲେ ମଧ୍ୟ ବହୁମତ ପାଇବାରୁ ବଞ୍ଚିତ ହୋଇଛି । ତେବେ ଏନଡିଏ ବହୁମତ ହାସଲ କରିବାରେ ସଫଳ ହୋଇଛି ।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନିଜ ଇସ୍ତଫା ପତ୍ର ସହିତ ମନ୍ତ୍ରୀପରିଷଦର ଇସ୍ତଫା ମଧ୍ୟ ପ୍ରଦାନ କରିଛନ୍ତି । ମୋଦୀଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ମଧ୍ୟ ଗ୍ରହଣ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମନ୍ତ୍ରୀ ପରିଷଦକୁ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଅନୁରୋଧ କରିଛନ୍ତି । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟଭାର ସମ୍ଭାଳିବା ପାଇଁ ମୋଦୀଙ୍କୁ ଅନୁରୋଧ କରିଛନ୍ତି ମହାମହିମ ରାଷ୍ଟ୍ରପତି ।

ଚଳିତଥର ବିଜେପି ନେତୃତ୍ୱରେ ତୃତୀୟ ଥର ପାଇଁ କେନ୍ଦ୍ର ସରକାର ଗଠନ କରିବାକୁ ଯାଉଛି ଏନଡିଏ । ଆସନ୍ତା ଜୁନ୍ ୮ ତାରିଖରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି । ତେଣୁ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଏନଡିଏ ଗଠବନ୍ଧନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ବିହାରର ନୀତିଶ କୁମାର, ଆନ୍ଧ୍ରପ୍ରଦେଶର ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁ ସମେତ ଗଠବନ୍ଧନର ଅନ୍ୟାନ୍ୟ ନେତା ସାମିଲ ହେବେ । ଚଳିତବର୍ଷ ବିଜେପିକୁ ବହୁମତ ନ ମିଳିବାରୁ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର କିଙ୍ଗ ମେକର ଦାୟିତ୍ୱରେ ରହିଛନ୍ତି । ଆଗାମୀ ସରକାରରେ ଜେଡିୟୁ ଏବଂ ଟିଡିପି ବଡ଼ ମନ୍ତ୍ରାଳୟପାଇଁ ଦାବି କରିପାରନ୍ତି ।

Get real time updates directly on you device, subscribe now.