fbpx

୨୧ ଦିନ ଉପବାସ ରହିବେ ନର୍ଗିସ: କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ….

ମୁମ୍ବାଇ :୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ । କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ । ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି । କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି । ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍‌ନେସ୍‌ ପାଇଁ ଏଭଳି କରୁଛନ୍ତି ।

ବର୍ତ୍ତମାନ ନର୍ଗିସ ଜର୍ମାନରେ ଅଛନ୍ତି । ସେଠାରୁ ସେ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଛନ୍ତି ଯେ ସେ ୨୧ ଦିନ ପାଇଁ ଉପବାସ କରୁଛନ୍ତି ଏବଂ ଏହି ସମୟରେ ସେ କେବଳ ପାଣି ପିଇବେ । ସେ ଦୁଇ ତିନିଟି ଭିଡିଓ ସେୟାର କରି ଏହାର ଫାଇଦା ମଧ୍ୟ କହିଛନ୍ତି ।ପ୍ରଥମ ଭିଡିଓରେ ନର୍ଗିସ୍‌ ତାଙ୍କର ୨୧ ଦିନର ବ୍ରତ ବିଷୟରେ ସୂଚନା ଦେଇଥିବା ବେଳେ ଦ୍ବତୀୟ ଭିଡିଓରେ ଏହାର ଉପକାର ବିଷୟରେ କହିଛନ୍ତି ନର୍ଗିସ୍‌ । ସେ କହିଛନ୍ତି ଏହି ଉପବାସ ଦ୍ୱାର ଶରୀରକୁ ବହୁତ ଲାଭ ମିଳିଥାଏ । ଶରୀର ସେଲୁଲାର୍‌ ସ୍ତରରେ ପୁନର୍ବାର ପ୍ରସ୍ତୁତ ହୁଏ । ନର୍ଗିସ୍‌ ଏହି ଉପବାସ ଆରମ୍ଭ କରିବା ଶେଷ ରାତ୍ରୀ ଭୋଜନର ଫଟୋ ସେୟାର କରିଛନ୍ତି । ସନ୍ଧ୍ୟାରେ ୬ଟାରେ ସେ ଡିନର କରିଥିଲେ । ଏଥିରେ ସେ ଆଳୁ ସହିତ କିଛି ସବୁଜ ପନିରିବା ଖାଇଥିଲେ । ଏହି ପୋଷ୍ଟ କରି ନର୍ଗିସ ଲେଖିଥିଲେ ଯେ “ଏହା ହେଉଛି ମୋର ଡିନର ଏବଂ ଏହା ପରେ ମତେ ଆଉ କିଛି ମିଳିବ ନାହିଁ ।” ପ୍ରକାଶଥାଉ ଯେ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଜଳ ଉପବାସ କଥା ଉଲ୍ଲେଖ ରହିଛି । ଯେଉଁ ବ୍ୟକ୍ତି ଏହି ଉପବାସ୍‌ ରଖନ୍ତି ସେମାନଙ୍କୁ କେବଳ ପାଣି ପିଇବାକୁ ହୋଇଥାଏ । ଏହି ଉପବାସ ଦ୍ୱାରା ଓଜନ ହ୍ରାସ ପାଏ, କ୍ଷତିକାରକ ବିଜାତୀୟ ପଦାର୍ଥ ଶରୀରରୁ ବାହାରେ, ରକ୍ତଚାପ ସନ୍ତୁଳନ ହୋଇଥାଏ ।

Get real time updates directly on you device, subscribe now.