ଚନ୍ଦ୍ରରେ ଆଉ ରାସ୍ତା ଭୁଲିବେନି ମହାକାଶଚାରୀ, ନାସା ଲଗାଇଲା ଜିପିଏସ୍‌

ନାସା ପ୍ରଥମେ ଚନ୍ଦ୍ରରେ ବ୍ୟବହାର କଲା ଜିପିଏସ୍‌

ନୂଆଦିଲ୍ଲୀ: ନାସା ପ୍ରଥମ ଥର ଚନ୍ଦ୍ରରେ ଜିପିଏସ ବ୍ୟବହାର କରିଛି। ଏହାର ଅର୍ଥ ପ୍ରଥମଥର ପାଇଁ ଗ୍ଲୋବାଲ ନେଭିଗେସନ ସାଟେଲାଇଟ ସିଷ୍ଟମରେ ସିଗନାଲ ପ୍ରାପ୍ତ କରାଯାଇଛି ଏବଂ ଚନ୍ଦ୍ରରେ ଟ୍ରାକ କରାଯାଇଛି।

ଏହି ଉପଲବ୍ଧି ନାସା ଏବଂ ଇଟାଲୀୟ ସ୍ପେସ୍ ଏଜେନ୍ସି ୩ ମାର୍ଚ୍ଚରେ ହାସଲ କରିଛନ୍ତି। ଏହା ସେତେବେଳେ ସମ୍ଭବ ହୋଇଛି, ଯେତେବେଳେ ଜିଏସଏସଏସ ରିସିଭର ଏକ୍ସପେରିମେଣ୍ଟ ଜିପିଏସ ସିଗନାଲ ପ୍ରାପ୍ତ କରିଛି ଏବଂ ତାହା ଉପରେ ନଜର ରଖିଛି।

କିପରି ଜଣାପଡିବ ଲୋକେସନ: ନାସା କହିଛି ଯେ, ଏହି ରେଜଲ୍ଟର ଅର୍ଥ ଆର୍ଟେମିସ୍ ମିଶନ ଏହି ସଂକେତରେ ଲାଭ ଉଠାଇ ପାରିବ, ଯେଉଁଥିରେ ସେ ନିଜର ସ୍ଥିତି, ଗତି ଏବଂ ସମୟର ସଠିକ୍ ଭାବେ ଜାଣିପାରିବ।

ଜିଏନଏସଏସ ସିଗନାଲ କଣ:
– ଜିଏନଏସଏସ ସିଗନାଲ ରେଡିଓ ବେସ୍‌ଡର ବ୍ୟବହାର କରି ସ୍ଥିତି, ନେଭିଗେସନ ଏବଂ ସମୟ ବିଷୟରେ ଡାଟା ଟ୍ରାନ୍ସଫର କରେ। ଏଥିସହ ପୃଥିବୀର ପରିକ୍ରମା କରୁଥିବା ସାଟେଲାଇଟ ଦ୍ୱାରା ପ୍ରସାରିତ କରାଯାଇଥାଏ।

– ଜିପିଏସ, ଗାଲିଲିଓ, ବେଇଡୋ ଏବଂ GLONASS ସମେତ ବିଶ୍ୱର ସରକାରମାନେ ଅନେକ GNSS ତାରାମଣ୍ଡଳ ପ୍ରଦାନ କରନ୍ତି।