fbpx

ଲଗାତର ବଢିି ଚାଲିଛି ସମୁଦ୍ରର ଜଳସ୍ତର, ଭୟ ଜାତ କରାଉଛି ନାସା ଜାରି କରିଥିବା ଭିଡିଓ

Advertisement

ନୂଆଦିଲ୍ଲୀ:ଗତ ୩୦ ବର୍ଷ ମଧ୍ୟରେ ସମୁଦ୍ରର ଜଳସ୍ତର ପ୍ରାୟ ୧୦ ସେଣ୍ଟିମିଟର ଅର୍ଥାତ୍ ୩.୫ ଇଞ୍ଚ ବୃଦ୍ଧି ପାଇଛି । ନାସା ଏହାର ଏକ ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛି । ଏହି ଭିଡିଓ ଦେଖିଲେ ସାମାନ୍ୟ ଲାଗୁଛି ସତ କିନ୍ତୁ ମାନବ ସମାଜ ଲାଗି ବଡ ବିପଦର ଇସାରା କରୁଛି ।

ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ ନାସା ଏବେ ଏକ ଆନିମେସନ୍ ଭିଡିଓ ଜାରି କରିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କିପରି ଗତ ୩୦ ବର୍ଷ ମଧ୍ୟରେ ସମୁଦ୍ର ଜଳ ସ୍ତର ୧୦ ସେଣ୍ଟିମିଟର ବୃଦ୍ଧି ପାଇଛି । ଏହା ଏକ ବିପଦଜନକ ଅବସ୍ଥା । ଯଦି ଏହିପରି ଭାବରେ ସମୁଦ୍ରର ଜଳସ୍ତର ବଢିବାରେ ଲାଗେ ତେବେ ଆମ ପୃôତବୀର ବହୁ ଦେଶ, ଦ୍ୱୀପ ଓ ତଟୀୟ ଇଲାକା ସମୁଦ୍ର ଗର୍ଭରେ ଲୀନ ହୋଇଯିବ ।

ନାସା ସାଇଣ୍ଟିଫିକ୍ ଭିଜୁଆଲାଇଜେସନ ଷ୍ଟୁଡିଓର ଡାଟା ଭିଜୁଆଲାଇଜର ଆଣ୍ଡ୍ର୍ୟୁ ଜେ. କ୍ରିଷ୍ଟେନସେନ୍ ଏହି ଭିଡିଓଟିକୁ ପ୍ରସ୍ତୁତ କରିଛନ୍ତି । ନାସାର ଡାଟା ଆଧାରରେ କ୍ରିଷ୍ଟେନସେନ୍ ଏହି ଭିଡିଓଟିକୁ ପ୍ରସ୍ତୁତ କରିଛନ୍ତି । ଏହା ସହିତ ବହୁ ଉପଗ୍ରହୀୟ ଡାଟାକୁ ବିଶ୍ଲେଷଣ କରିଛନ୍ତି । ୧୯୯୩ରୁ ଆରମ୍ଭ କରି ୨୦୨୨ ପର୍ଯ୍ୟନ୍ତ ଡାଟାକୁ ସେ ବିଶ୍ଲେଷଣ କରିଛନ୍ତି ।

ଯଦିଓ ୩୦ ବର୍ଷରେ ଜଳସ୍ତର ୧୦ ସେଣ୍ଟିମିଟର ବଢିବା ବେଶୀ କିଛି ବୋଲି ମନେ ହେଉ ନାହିଁ ତଥଶପି ଏହି ସ୍ଥିତି ଠିକ୍ ନୁହେଁ । ଲଗାତର ବଦଳୁଥିବା ଜଳବାୟୁ ଓ ବର୍ଦ୍ଧିତ ତାପମାତ୍ରାର ପ୍ରଭାବ ଗ୍ଲାସିୟର ଉପରେ ପଡୁଛି । ଏହାର ପ୍ରଭାବ ଉତ୍ତର ଓ ଦକ୍ଷିଣ ମେରୁ ଉପରେ ପଡୁଛି । ଫଳରେ ସେଠିକାର ବରଫ ତରଳୁୁଛି । ପାହାଡର ଗ୍ଲାସିଅର ତରଳି ନଦୀ ମାଧ୍ୟମରେ ସମୁଦ୍ରରେ ଯାଇ ପଡୁଛି ଯାହା ସମୁଦ୍ରର ଜଳସ୍ତର ବୃଦ୍ଧି କରୁଛି ।

ତଟୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ଏହି ଭିଡିଓ ବହୁତ ଭୟାନକ । ଆଗାମୀ କିଛି ବର୍ଷ ମଧ୍ୟରେ ତଟୀୟ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଲାଗି ଏହା ବିପଦର କାରଣ ପାଲଟିବ । ସମୁଦ୍ର ମଣିଷ ଦ୍ୱାରା ସୃଷ୍ଟି ହେଉଥିବା ତାପମାତ୍ରାର ୯୦ ପ୍ରତିଶତ ଶୋଷି ନେଇଥାଏ । ପୁରା ବିଶ୍ୱରେ ସମୁଦ୍ର ଜଳସ୍ତର ୨ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜାତିସଂଘ ଏହି ଚେତାବନୀ ଦେଇଛି ।

ବର୍ଷ ୧୯୯୩ ଓ ୨୦୦୨ ମଧ୍ୟରେ ଜଳସ୍ତର ଯେତିକି ବଢିଛି ତାହାଠାରୁ ୨ ଗୁଣ ଅଧିକ ୨୦୧୩ରୁ ୨୦୨୨ ମଧ୍ୟରେ ବଢିଛି । ଗତ ବର୍ଷ ଏହା ରେକର୍ଡ ସ୍ତରରେ ପହଞ୍ଚି ଯାଇଥିଲା । ତେବେ ଚେତାବନୀ ଦିଆଯାଇଛି କି ଏହି ଶତାବ୍ଦୀର ଶେଷ ସୁଦ୍ଧା ଜଳସ୍ତର ଏହି ହାରରେ କିମ୍ବା ଏହାଠାରୁ ଅଧିକ ବେଗରେ ବଢିପାରେ ।

Get real time updates directly on you device, subscribe now.