fbpx

କୋଭିଡ୍ ମୁକାବିଲାରେ ପିଲାମାନଙ୍କ କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହୋଇପାରେ ନାଜାଲ୍ ଟିକା: ଡବ୍ଲୁଏଚଓ

Advertisement

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ କମ୍ ବର୍ଷର ପିଲାମାନଙ୍କୁ ଟିକା ଦିଆଯିବା ନେଇ ଉଦ୍ଦିଷ୍ଟ ଟିକା ପ୍ରସ୍ତୁତ କରାଯାଉଛି । ତେବେ ଦେଶରେ ବର୍ତ୍ତମାନ ନାକରେ ଦ୍ୱାରା ଟିକା ନେବା ପରି ଏକ ଟିକା ବିକଶିତ କରାଯାଉଥିବା ବେଳେ ଏହା ପିଲାମାନଙ୍କୁ କରୋନା ମୁକାବିଲାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଡବ୍ଲୁଏଚଓର ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ । ତେବେ ଏହି ନାକ ଦ୍ୱାରା ନେବାକୁ ଥିବା ଟିକା ବା ନାଜାଲ୍ ଟିକାର ବର୍ତ୍ତମାନ ଦ୍ୱିତୀୟ ଏବଂ ତୃତୀୟ ଟ୍ରାଏଲ୍ ର ଚାଲିଛି । ବିଶେଷଜ୍ଞଙ୍କ ସତର୍କ ସୂଚନା ଅନୁସାରେ, କୋଭିଡ୍-୧୯ର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣରେ ଶିଶୁମାନେ ହିଁ ଅଧିକ ସଂଖ୍ୟାରେ ପ୍ରଭାବିତ ହେବାକୁ ହେବେ । ତେଣୁ ତାହାକୁ ଆଖି ଆଗରେ ରଖି ଏହି ଟିକାକୁ ବିକଶିତ କରାଯାଉଛି ।

ଭାରତର ଏହି ନାଜାଲ୍ ଟିକା ଚଳିତ ବର୍ଷ ଉପଲବ୍ଧ ହେବାର ସମ୍ଭାବନା ଖୁବ୍ କମ୍ ରହିଛି । ଆଉ ଏହା ହିଁ ସଂକ୍ରମଣର ମୋଡ଼ ବଦଳାଇବ ବୋଲି ସୌମ୍ୟା କହିଛନ୍ତି । ଥଣ୍ଡା ଔଷଧ ପରି ନାକ ପୁଡ଼ାରେ ବୁନ୍ଦା ଆକାରରେ ନେବାକୁ ଥିବା ଏହି ନାଜାଲ୍ ଟିକା ଶିଶୁମାନଙ୍କ ବ୍ୟବହାର ପାଇଁ ଅତି ସହଜ ହେବା ସହ ଶ୍ବାସନଳୀରେ ସ୍ଥାନୀୟ ସଂକ୍ରମଣକୁ ସିଧାସଳଖ ରୋକିପାରିବ ବୋଲି ସେ କହିଛନ୍ତି । ତେବେ ପିଲାମାନଙ୍କର ଟିକାକରଣ ପୂର୍ବରୁ ବୟସ୍କ ବ୍ୟକ୍ତି ଓ ବିଶେଷ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଟିକାକରଣ ସଂପନ୍ନ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

କୋଭାକ୍ସିନ୍ ଟିକା ତିଆରି କରୁଥିବା ଭାରତ ବାୟୋଟେକ୍ ବର୍ତ୍ତମାନ ନାଜାଲ୍ ଟିକାର ଟ୍ରାଏଲ୍ କରୁଛି । ଏହି କମ୍ପାନୀ ବର୍ତ୍ତମାନ ୱାଶିଂଟନ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ମେଡିସିନ୍ ସହ ମିଳିତ ଭାବରେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ନାଜାଲ୍ ଟିକା ପ୍ରସ୍ତୁତ କରୁଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ନାଜାଲ୍ ଟିକାରେ ନାକରେ ମାତ୍ର ୪ଟି ବୁନ୍ଦା ସ୍ପ୍ରେ କରିବାର ଅଛି । ନାକର ଦୁଇ ପୁଡାରେ ଦୁଇଟି ଲେଖାଏଁ ବୁନ୍ଦା ଦିଆଯିବ ।

Get real time updates directly on you device, subscribe now.