fbpx

‘ମୋଗଲ ମାନେ ଦେଶ ପାଇଁ ଯୋଗଦାନ ଦେଇଛନ୍ତି, ତାଙ୍କୁ ଶରଣାର୍ଥୀ କହିପାରିବା’; ନସିରୁଦ୍ଦିନଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍ ସେଲିବ୍ରିଟି ମାନେ ନିଜର ମତାମତ ଓ ବୟାନକୁ ନେଇ ବିବାଦ ଘେରରେ ଫସିଯାଆନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତା ନସିରୁଦ୍ଦିନ୍ ଶାହ ସବୁବେଳେ ନିକ ବିବାଦିତ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ସେ ପୁଣିଥରେ ସେହିଭଳି ଏକ ବିବାଦୀୟ ବୟାନ ଦେଇ ଲୋକ ଲୋଚନକୁ ଆସିଛନ୍ତି ଓ ତାକୁ ନେଇ ହଙ୍ଗାମା ହୋଇଯାଇଛି । ନସିରୁଦ୍ଦିନ ଏକ ଶୋ’ରେ କହିଛନ୍ତି ଯେ, “ମୋଗଲ ମାନେ ହେଉଛନ୍ତି ଶରଣାର୍ଥୀ” । ଏହି ଭିଡିଓଟି ସାମନାକୁ ଆସିବାରେ ସୋସିଆଲ୍ ମିଡିଆରେ ୟୁଜର ମାନେ କ୍ଷୁବ୍ଧ ହୋଇଯାଇଛନ୍ତି ।

ତାଙ୍କର ଏହି କଣ୍ଟ୍ରୋଭର୍ସି ଷ୍ଟେଟମେଣ୍ଟକୁ ନେଇ ଏବେ ୟୁଜର ମାନେ ଅତିଷ୍ଠ ହୋଇ ଟ୍ରୋଲ୍ କରିବାରେ ଲାଗିଛନ୍ତି । ସେ ସାକ୍ଷାତକାରରେ କହିଛନ୍ତି ଯେ, “ମୋଗଲ ମାନଙ୍କ ଅତ୍ୟାଚାର ସମୟେ ସମୟେ ଚର୍ଚ୍ଚାକୁ ଆସିଥାଏ । ଆମେ କାହିଁକି ଭୁଲି ଯାଉଛେ ଯେ, ଯେଉଁମାନେ ଆମ ଦେଶ ପାଇଁ ଯୋଗଦାନ ଦେଇଛନ୍ତି, ସେମାନେ ଦେଶରେ ସ୍ଥାୟୀ ସ୍ମାରକମାନ ତିଆରି କରିଛନ୍ତି…. ଯେଉଁ ମାନଙ୍କ ସଂସ୍କୃତିରେ ନାଚିବା, ଗାଇବା, ଚିତ୍ର କରିବା ଓ ସାହିତ୍ୟ ଆସି ରହିଛି । ସେମାନେ ଏଠାକୁ ଆସିଥିଲେ ନିଜର ଦେଶ ତିଆରି କରିବାକୁ । ତେଣୁ ଆପଣ ଚାହିଁଲେ ସେମାନଙ୍କୁ ଶରଣାର୍ଥୀ ବୋଲି କହିପାରିବେ” ।

ତେବେ ଅଭିନେତାଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ୟୁଜର କହିଛନ୍ତି ଯେ, “ତେବେ କଣ ମୋଗଲଙ୍କ ପୁର୍ବରୁ ଆମ ପାଖରେ କୌଣସି ବାସ୍ତୁକଳା ନଥିଲା? ମୋଗଲ ଶରଣାର୍ଥୀ ଭାବରେ ଆସିଲେ ଓ ଆମ ବାସ୍ତୁକଳାକୁ ଠିକ୍ କରିବାରେ ସାହାଯ୍ୟ କଲେ । ଜଣାନଥିଲା ଯେ, ମୋଗଲ ମାନେ ଭାରତରେ ଏତେ ସୁନ୍ଦର ସ୍ତାପତ୍ୟ ତିଆରି କରିଥିଲେ” । ଏହିପରି ଭାବେ ଅନେକ ୟୁଜର୍ ଙ୍କ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତା ।

Get real time updates directly on you device, subscribe now.