fbpx

ହାର୍ଦ୍ଦିକଙ୍କୁ ଛାଡପତ୍ର ଦେବେନି ନତାଶା, ଏକ ଖାସ ଅନ୍ଦାଜରେ କହିଲେ ଏବେ ବି ଅଛନ୍ତି ‘ପାଣ୍ଡ୍ୟା’

Advertisement

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ଏମାନେ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବାର ଖବର ପ୍ରାସରିତ ହେଉଥିଲା । କୁହାଯାଉଥିଲା ଯେ, ଏହି ଦମ୍ପତ୍ତିଙ୍କର ବୈବାହିକ ଜୀବନ ଠିକ ଚାଲୁନଥିଲା । ତେବେ ଏହାରି ମଧ୍ୟରେ ନତାଶା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ସରେ ବିବାହର ସମସ୍ତ ପୋଷ୍ଟକୁ ରିଷ୍ଟୋର କରିଥିଲେ ଏବଂ ବର୍ତ୍ତମାନ ନତାଶାଙ୍କ ଷ୍ଟୋରୀ ହିଣ୍ଟରୁ ଲାଗୁଛି ଯେ, ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଛି ।

ନତାଶା ଷ୍ଟାନକୋଭିକ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ପେଟ୍ ଡଗର ଏକ ଫଟୋ ସେୟାର କରିଛନ୍ତି । କୁକୁରଟି ପିଙ୍କ କଲର ସାର୍ଟ ପିନ୍ଧି ବହୁତ କ୍ୟୁଟ ଲାଗୁଛି । ଏହି ସମୟରେ ଯେଉଁ ଜିନିଷ ଧ୍ୟାନ ଆକର୍ଷଣ କରୁଛି ତାହା ଏହି ଫଟୋରେ ଲେଖାଯାଇଥିବା ଟେକ୍ସଟ୍ ଅଟେ । ନତାଶା ଲେଖିଛନ୍ତି ଯେ, ବେବି ରିବର ପାଣ୍ଡ(ୟା)ଏ । ଏହାକୁ ନେଇ ସମସ୍ତେ ଦାବି କରିଛନ୍ତି ଯେ, ନତାଶା ହିଣ୍ଟ ଦେଇଛନ୍ତି ସେ ବର୍ତ୍ତମାନ ମଧ୍ୟ ପାଣ୍ଡ୍ୟାଙ୍କ ସହ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ କଣ ଚାଲିଛି ତାହା ସେହି ଦୁଇ ଜଣ ହିଁ କହିପାରିବେ । କିନ୍ତୁ ଫ୍ୟାନ୍ସମାନେ ଏହି ଦୁହିଁଙ୍କ ଯୋଡିକୁ ଦେଖିବା ଲାଗି ଚାହିଁ ରହିଛନ୍ତି ।

Get real time updates directly on you device, subscribe now.