fbpx

ରେଡ୍ ଭେଲଭେଟ-ବ୍ଲାକ ଫରେଷ୍ଟ କେକ୍ ଖାଉଛନ୍ତି କି ? ଜୀବନ ପଡିପାରେ ବିପଦରେ ! ଏହି କ୍ୟାନ୍ସରର ଆଶଙ୍କା ବୃଦ୍ଧି

ନୂଆଦିଲ୍ଲୀ: କ୍ୟାନ୍ସରରୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୌଣସି ଜିନିଷ ଖାଇବା ଆଗରୁ ବର୍ତ୍ତମାନ ମନରେ ପ୍ରଶ୍ନ ଆସୁଛି ଏହା ଖାଇଲେ ଆଉ କ୍ୟାନ୍ସର ହେବନି ତ ? ବର୍ତ୍ତମାନ କେକ୍ ଖାଇଲେ କ୍ୟାନ୍ସରର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । କେକକୁ ଜୀବନର ଅଂଶ ବୋଲି ବିବେଚନା କରାଯାଉଥିବା ବେଳେ ବର୍ତ୍ତମାନ ଲେକଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ 12 ପ୍ରକାରର କେକରୁ କର୍କଟ ସୃଷ୍ଟି କରୁଥିବା ତତ୍ତ୍ବ ମିଳିଥିବା ବେଳେ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଗୁଣାବତ୍ତା ବିଭାଗ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ।

ରାଜ୍ୟରେ ବେକେରୀ ଦ୍ୱାରା ପ୍ରସ୍ତୁତ କେକରେ ସମ୍ଭାବ୍ୟ କ୍ୟାନ୍ସରକାରୀ ତତ୍ତ୍ବ ବ୍ୟବହାର ସମ୍ପର୍କରେ ବିଭାଗ ଜାଣିବା ପରେ ଚେତାବନୀ ଦେଇଛି ।  ରିପୋର୍ଟରେ କୁହାଯାଇଛି ଯେ, ବେଙ୍ଗାଲୁରୁର ଅନେକ ବେକେରୀର କେକକୁ ପରୀକ୍ଷା କରାଯାଇଥିଲା । ସେଥିରୁ 12 ଟି ବିଭିନ୍ନ କିସମରେ କର୍କଟ ସୃଷ୍ଟି କରୁଥିବା ପଦାର୍ଥ ରହିଥିଲା । ଏଥିସହିତ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ବିଭାଗ ବେକେରୀକୁ ଖାଦ୍ୟ ନିରାପତ୍ତା ଏବଂ ଗୁଣାତ୍ମକ ମାନ ଅନୁସରଣ କରିବାକୁ ଅନୁରୋଧ କରିଛି । ଅନ୍ୟପଟେ କୃତ୍ରିମ ରଙ୍ଗ ବ୍ୟବହାର କେବଳ କର୍କଟ ରୋଗର ଆଶଙ୍କା ବୃଦ୍ଧି କରେ ତାହା ନୁହେଁ ବରଂ ବିଭିନ୍ନ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରିବ ବୋଲି ଜୋର ଦେଇଛି । ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ କେକ୍ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ ଭଳି ଲୋକପ୍ରିୟ କେକ୍ ଶରୀର ପାଇଁ ବିପଦ ବୋଲି କୁହାଯାଇଛି । କାରଣ ଏହା ଆଖିକୁ ସୁନ୍ଦର ଦେଖାଯିବା ପାଇଁ ଏଥିରେ କୃତ୍ରିମ ରଙ୍ଗ ବ୍ୟବହାର କରାଯାଉଛି । ଏଥିରେ ରହିଥିବା ତତ୍ତ୍ବ କ୍ୟାନ୍ସରର କାରଣ ବୋଲି କୁହାଯାଇଛି ।

Get real time updates directly on you device, subscribe now.