fbpx

ଶାରଦୀୟ ନବରାତ୍ର ଆରମ୍ଭ: ଜାଣନ୍ତୁ କେବେ କରିବେ ପୂଜା ଆରମ୍ଭ ଓ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରତିବର୍ଷ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଏ । ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ନବରାତ୍ରରେ ୯ ଦିନ ପାଇଁ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଥାନ୍ତି । ତେଣୁ ଏହି ୯ଦିନ ମା’ଙ୍କ ର ଖୁବ୍ ଧୁମଧାମରେ ପୂଜା କରାଯାଇଥାଏ । ସବୁ ପ୍ରକାର ବିଧିବିଧାନର ସହିତ ମା’ଙ୍କୁ ଏହି ୯ଦିନ ପୂଜା କରାଯାଏ । ଏହି ସମୟରୋ ମା’ ଖୁବ୍ ପ୍ରସନ୍ନ ରହିଥାନ୍ତି । ଏହି ୯ଦିନରେ ଲୋକମାନେ ବିଶେଷ ରୂପରେ ପୂଜା ଆରାଧନା କରିଥାନ୍ତି ଓ ଉପବାସ ବି ରଖିଥାନ୍ତି । ତେବେ ଚଳିତ ବର୍ଷ ନବରାତ୍ର ୯ଦିନ ବଦଳରେ ୮ ଦିନ ରହିବ । ତେବେ ନବରାତ୍ରର ପ୍ରଥମ ଦିନର ପ୍ରତିପଦା ତିଥିରେ କଳଶ ସ୍ଥାପନା ସହିତ ଦେବୀ ଦୁର୍ଗାଙ୍କର ପ୍ରଥମ ସ୍ୱରୂପର ପୂଜାର୍ଚ୍ଚନା କରାଯାଇଥାଏ ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିର ଆରମ୍ଭ ଅକ୍ଟୋବର ୬ ତାରିଖ ସନ୍ଧ୍ୟା ୪ଟା ୩୫ରୁ ହୋଇ ଅକ୍ଟୋବର ୭ ତାରିଖ ଦ୍ୱିପହର ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ରହିବ । ତେବେ ଆଜି ପ୍ରତିପଦା ତିଥିର ସୂର୍ଯ୍ୟୋଦୟ ହେବାସହିତ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯିବ । ତେଣୁ ଆଜି ଅର୍ଥାତ୍ ଅକ୍ଟୋବର ୭ ତାରିଖରୁ କଳଶ ସ୍ଥାପନା ପୂଜା ଆରମ୍ଭ ହେଉଥିବା ବେଳେ ଏହାର ଅଭିଜୀତ ମୁହୂର୍ତ୍ତ ୧୧ଟା ୫୨ ମିନିଟ୍ ରୁ ଆରମ୍ଭ ହୋଇ ୧୨ଟା ୩୮ ପର୍ଯ୍ୟନ୍ତ ରହିବ । ତେଣୁ ଏହି ସମୟରେ କଳଶ ସ୍ଥାପନା କରିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.