fbpx

କୋଭିଡ୍ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଘୋଷଣା କଲେ ନବୀନ

ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): କୋଭିଡ ପରିଚାଳନା ପାଇଁ ଅତିରିକ୍ତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଅତିକ୍ରମ କରିବାରେ ଲାଗିଛି । ସେପଟେ ତଦୁନଯାୟୀ ଆବଶ୍ୟକୀୟ ବେଡ ଏବଂ ମୈଳିକ ସୁବିଧା ମଧ୍ୟ ଆବଶ୍ୟକ ରହିଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି । ପୁରୀ ପାଇଁ ପୂର୍ବରୁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଘୋଷଣା କରିଥିଲେ । ଏବେ ଆଉ ୨କୋଟିକୁ ମିଶାଇ ଏହା ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮କୁ ବୃଦ୍ଧି ପାଇଛି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପୂର୍ବରୁ ସୁବର୍ଣ୍ଣପୁରକୁ ଅଢେଇ କୋଟି ଘୋଷଣା କରିଥିବାବେଳେ ଏବେ ଏହି ପରିମାଣ ସାଢେ ତିନିକୋଟିକୁ ବୃଦ୍ଧି ପାଇଛି । ସମ୍ବଲପୁରକୁ ଆଜି ୪ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ପୂର୍ବ ରାଶିକୁ ମିଶାଇ ଏବେ ଏହା ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରକୁ ସାଢେ ୧୧କୋଟି ଗ୍ରାଣ୍ଟ କରିଥିଲେ । ସେହିଭଳି କିଛି ଦିନ ତଳେ ସିଏମସି ୧୦ କୋଟି ଏବଂ ବିଏମସିକୁ ୧୦ କୋଟି ଅନୁଦାନ ଘୋଷଣା କରିଥିଲେ ।

Get real time updates directly on you device, subscribe now.