fbpx

ବର ବେକରେ ମଙ୍ଗଳସୁତ୍ର ପିନ୍ଧାଇଲା କନ୍ୟା, ଫଟୋ ପୋଷ୍ଟ ପରେ ଟ୍ରୋଲ ହେଉଛନ୍ତି କପଲ୍

ନୂଆଦିଲ୍ଲୀ, ୦୬/୦୫ (ଓଡ଼ିଶା ଭାସ୍କର) : ଆମ ଭାରତୀୟ ସଂସ୍କୃତିରେ ବିବାହ ବେଦିରେ ବର ସାଧାରଣତଃ କନ୍ୟା ବେକରେ ମଙ୍ଗଳସୁତ୍ର ବାନ୍ଧି ଥାଏ । କାରଣ ଏହି ମଙ୍ଗଳସୁତ୍ର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ବିବାହର ଡୋରିକୁ ସାରା ଜୀବନ ପାଇଁ ଦୃଢ଼ ରଖିଥାଏ । ଆହୁରି ମଧ୍ୟ ଏହା ଗୋଟିଏ ସ୍ତ୍ରୀର ବିବାହର ପ୍ରତୀକ ବୋଲି ମଧ୍ୟ ଧରାଯାଏ । ହେଲେ କିଛି ଦିନ ହେବ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ କିଛି ଅଜବ ଦେଖିବାକୁ ମିଳିଛି । ବିବାହ ବେଦିରେ ସ୍ତ୍ରୀ ତାର ସ୍ୱାମୀକୁ ମଙ୍ଗଳସୁତ୍ର ପିନ୍ଧାଉଛି । ଏହି ଫଟୋଟିକୁ ସାର୍ଦ୍ଦୁଳ କଦମ୍ ନାମକ ଜଣେ ଯୁବକ ଅପଲୋଡ୍ କରିଥିବା ବେଳେ ଏବେ ଏହି ଫଟୋକୁ ନେଇ ସେ ଖୁବ୍ ଟ୍ରୋଲ୍ ହେବାରେ ଲାଗିଛନ୍ତି ।

ସାର୍ଦ୍ଦୁଳଙ୍କ କହିବା କଥା ଯେ, ଆମେ ଦୁଇଜଣ ଅନ୍ୟ ମାନଙ୍କ ତୁଳନାରେ ଖୁବ୍ ନିଆରା ଭାବରେ ଯୋଡି ହୋଇଛି । ଯାହା କି ଆଗରୁ କେଉଁଟି ବି ହୋଇନି । ସେ ତାଙ୍କ ସାଥୀଙ୍କୁ କହିଥିଲେ ଯେ, କାହିଁକି କେବଳ ଝିଅ ମାନେ ହିଁ ମଙ୍ଗଳସୁତ୍ର ପିନ୍ଧିବେ । ଏଥିରେ କୌଣସି ଅର୍ଥ ନାହିଁ । ଆମେ ଦୁଇ ଜଣ ସମାନ । ସେଥିପାଇଁ ସେ ନିଷ୍ପତି ନେଲେ ଯେ, ତାଙ୍କ ଭାବି ସ୍ତ୍ରୀ ତାଙ୍କୁ ଏହି ମଙ୍ଗଳସୁତ୍ର ପିନ୍ଧାନ୍ତୁ । ତେବେ ସୋସିଆଲ ମିଡିଆରେ ସାର୍ଦ୍ଦୁଳ ଦେଇଥିବା ଏହି କାରଣ କିଛି ଲୋକଙ୍କୁ ହଜମ ହୋଇନି । ତେଣୁ ଏବେ ସେ ଟ୍ରୋଲ ହେବାରେ ଲାଗିଛନ୍ତି ।

ସୋସିଆଲ ମିଡିଆ ୟୁଜର ମାନେ ଟ୍ରୋଲ କରି କହିଛନ୍ତି ଯେ, ମଙ୍ଗଳସୁତ୍ର ପିନ୍ଧିଲ ଏବେ ଶାଢ଼ୀ ବି ପିନ୍ଧ । ସେହିପରି ଆଉ ଜଣେ କହିଛନ୍ତି ଯେ, ଲିଙ୍ଗଗତ ସମାନତାକୁ ଦର୍ଶାଇବାକୁ ଏହା ଠିକ୍ ବାଟ ନୁହେଁ । ଖାଲି ସେତିକି ନୁହେଁ ସାର୍ଦ୍ଦୁଳ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ନିଷ୍ପତିକୁ ତାଙ୍କ ସମ୍ପର୍କିୟ ମାନେ ମଧ୍ୟ ଗ୍ରହଣ କରି ନଥିଲେ । ଏହାପରେ ବି ସେ ନିଜ ନିଷ୍ପତିକୁ ବଦଳାଇ ନଥିଲେ । ତେବେ କିଛି ୟୁଜର୍ ଏହାକୁ ନାପସନ୍ଦ କରିଥିବା ବେଳେ କିଛି ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ସପୋର୍ଟ ମଧ୍ୟ କରିଛନ୍ତି । ତେବେ ସେମାନେ କରୋନାର ପ୍ରଥମ ଲହର ଚାଲିଥିବା ସମୟରେ ବିବାହ କରିଥିଲେ । ସାର୍ଦ୍ଦୁଳ ତାଙ୍କର କଲେଜ୍ ବେଳର ସାଙ୍ଗ ତନୁଜାଙ୍କୁ ବିବାହ କରିଛନ୍ତି । ସେମାନଙ୍କ ସମ୍ପର୍କ ୪ ବର୍ଷର ବୋଲି ସେ କହିଚନ୍ତି ।

Get real time updates directly on you device, subscribe now.