ବିଧାନସଭାରେ ସରକାରଙ୍କ ଉପରେ ଖୁବ ବର୍ଷିଲେ ନବୀନ, କହିଦେଲେ ଏମିତି କଥା…

ଭୁବନେଶ୍ୱର: ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଦରଦାମ୍, ଚାଷୀଙ୍କୁ ପ୍ରତାରଣା, ଆଇନ ଶୃଙ୍ଖଳା ଏବଂ ବାରବାଟୀ କ୍ରିକେଟ ମ୍ୟାଚ୍‌ରେ ବିଜୁଳି କାଟ୍ ଭଳି ପ୍ରସଙ୍ଗ ନେଇ ମୋହନ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ନବୀନ।

ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରେ ରାଜ୍ୟକୁ ନେଇ କିଛି ଦୂରଦୃଷ୍ଟି ନାହିଁ । ସରକାର ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବା ବଦଳରେ ଖାଲି ରାଜ ଖାଲି ରାଜନୈତିକ ଭାଷଣବାଜି କରୁଛନ୍ତି। ଚାଷୀମାନେ ଫସଲ ହରାଇ ଆତ୍ମହତ୍ୟା କରିଛନ୍ତି। ଗତ ଲଗାଣ ବର୍ଷାରେ ଫସଲ ହରାଇଥିଲା ବେଳେ ଏଯାଏ କ୍ଷତିପୂରଣ ମିଳିନି। ସୁରକ୍ଷା ବଳୟରେ ଥିବା ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରୁ ଦୁଇଥର ଚୋରୀ ଉଦ୍ୟମ ହେଲା। ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଏହି ସମୟରେ ନବୀନ କଟାକ୍ଷ କରି କହିଲେ, ଲୋକ ସବୁ ଜାଣୁଛନ୍ତି। ଚକାଆଖି ସବୁ ଦେଖୁଛି।

ଡବଲ ଇଞ୍ଜିନ ସରକାରରେ ମଣ୍ଡିରେ ଚାଷୀର ଧାନ ଡବଲ କଟନୀ ଛଟନୀ ହେଉଛି। ଏ ସରକାରର କଥା ଆଉ କାମରେ ଆକାଶ ପାତାଳ ଫରକ। ମୁଖ୍ୟମନ୍ତ୍ରୀ ଛାତିରେ ହାତରଖି କହିବେ କି କଟନୀ ଛଟନୀ ହେଉନି ? ଦରଦାମ ବୃଦ୍ଧିରେ ରଜ୍ୟବାସୀ କଲବଲ। ଆଇନ ଶୃଙ୍ଖଳା ବୋଲି ରାଜ୍ୟରେ କିଛି ନାହିଁ । ରାଜଧାନୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଥିଲା ବେଳେ ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ ଘଟିଲା । ଏମିତି କ କହି ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।