ସୁସ୍ଥ ହେବାରେ ଲାଗିଛନ୍ତି ଉତ୍ତମ; ବାବୁସାନଙ୍କୁ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ
ବାବୁସାନଙ୍କ ସହ କଥାହେଲେ ନବୀନ । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କଲେ ।
ଭୁବନେଶ୍ୱର: ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବାବୁସାନଙ୍କୁ ଭିଡିଓ କଲ ମାଧ୍ୟମରେ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନବୀନ।
ହସ୍ପିଟାଲ ଗଲେ ଅନୁଭବ: ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଉତ୍ତମ। ଲିଭର ସିରୋସିସ ରୋଗରେ ପୀଡିତ ଥିବାରୁ ତାଙ୍କୁ ଭୁବନେଶ୍ବରରୁ ଏୟାରଲିଫ୍ଟ କରି ନିଆଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ କେମିତି ରହିଛି ତାହା ପଚାରି ବୁଝିଛନ୍ତି ନବୀନ ପଟ୍ଟନାୟକ।
ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଭଲ ହେଉଥିବା କହିଲେ ଡାକ୍ତର। ଖୁବଶୀଘ୍ର ଭଲ ହୋଇ ଓଡିଶା ଫେରିବେ ବୋଲି ଆଶା ।
ସେପଟେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ ଯାଇ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ଉତ୍ତମଙ୍କୁ ଆଇସିୟୁରେ ରଖାଯାଏ ଟ୍ରିଟମେଣ୍ଟ ଚାଲିଛି । ତେବେ ଧିରେଧିରେ ସେ ସୁସ୍ଥ ହେଉଛନ୍ତି। ନିମୋନିଆରେ ବି ଆକ୍ରାନ୍ତ ହୋଇଥିବାରୁ ତାର ଚିକିତ୍ସା ମଧ୍ୟ ଚାଲିଛି।