Breaking: ଅସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ଜୁନ୍ ୨୨ରେ ଚିକିତ୍ସା ପାଇଁ ଯିବେ ମୁମ୍ୱାଇ

ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ପାଇଁ ହେବେ ଚିକିତ୍ସିତ।

ଭୁବନେଶ୍ୱର: ଅସୁସ୍ଥ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ବିଜେଡି ସୁପ୍ରିମୋ। ଆସନ୍ତା ୨୨ ଜୁନରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ। ମୁମ୍ୱାଇର କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ।

ଏନେଇ ନିଜେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ନବୀନ ପଟ୍ଟନାୟକ। ନବୀନଙ୍କର ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ରହିଛି। ଏଥିପାଇଁ ସେ ଚିକିତ୍ସିତ ହେବାକୁ ମୁମ୍ୱାଇ ଯିବେ।

ମୁମ୍ୱାଇର କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ। ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ନବୀନ ଚିକିତ୍ସା ହେବେ ବୋଲି ନିଜେ ଏକ୍ସରେ ଲେଖି ସୂଚନା ଦେଇଛନ୍ତି।

ଏହାସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି। ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି ବୋଲି ଲେଖିଛନ୍ତି। ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ନବୀନ।