ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ, ପୁଣି ହେବେ ସଭାପତି!
ବିଜେଡି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ଭରିବେ ।
ଭୁବନେଶ୍ବର: ବିଜେଡି ସଭାପତି ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି ।
ବିଜେଡି ସଭାପତି ପଦ ପାଇଁ ନବୀନ ନାମାଙ୍କନ ଭରିବେ ବୋଲି ବିଜେଡି ସମନ୍ନୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ତେବେ ବିଜେଡି ସଭାପତି ରେସ୍ ପାଇଁ ଆଉ କେହି ନଥିବା କାରଣରୁ ସେ ପୁଣି ଥରେ ସଭାପତି ବୋଲି କୁହାଯାଉଛି । ଦୁଇଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ ।
ଏପ୍ରିଲ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୩ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ବିଜେଡି ସାଗଂଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ୨୦୧୯ରେ ବିଜେଡିର ସାଂଗଠନିକ ନିର୍ବାଚନ ଶେଷ ଥର ପାଇଁ ହୋଇଥିଲା ।