fbpx

ସନ୍ଧ୍ୟାରେ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର ,୧୨ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲରେ ବାଜିମାତ୍ କରିଛି ବିଜେଡି । ବାଲେଶ୍ୱର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି । ଉପନିର୍ବାଚନ ସଫଳତାକୁ ନେଇ ତିର୍ତ୍ତୋଲ ଓ ବାଲେଶ୍ୱରର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ସନ୍ଧ୍ୟା ୬ଟା ୨୦ ମିନିଟରେ ବାଲେଶ୍ୱରୀ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ ।

ତେବେ ବାଲେଶ୍ୱରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି । ଅନ୍ୟପଟେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୩୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଉଭୟ ଆସନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ ।

Get real time updates directly on you device, subscribe now.