fbpx

ଜେଲ୍ ଗଲେ ସିଦ୍ଧୁ, ପଟିଆଲା କୋର୍ଟରେ କଲେ ସରେଣ୍ଡର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ୩୩ ବର୍ଷ ତଳର ଏକ ମାମଲାରେ ଜେଲ ଯାଇଛନ୍ତି । ସିଦ୍ଧୁ ଆଜି ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆସନ୍ତା ୧ ବର୍ଷ ପାଇଁ ସିଦ୍ଧୁ ଜେଲ କୋଠରୀରେ ସମୟ ବିତାଇବେ । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁଙ୍କ ଓକିଲ ଗୋଟିଏ ସପ୍ତାହର ସମୟ ମାଗିଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସିଦ୍ଧୁଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଫଳରେ ଅନ୍ୟ ଉପାୟ ନଥିବାରୁ ସିଦ୍ଧୁ ଆଜି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ ।

ସିଦ୍ଧୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ଜଷ୍ଟିସ ଏଏମ ଖାନୱିଲକରଙ୍କ ପୀଠ ସାମ୍ନାରେ ନିଜର ଯୁକ୍ତି ଉପସ୍ଥାପିତ କରିଥିଲେ । ସିଦ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ସରେଣ୍ଡର ପାଇଁ କିଛି ଦିନ ସମୟ ଦେବାକୁ ଅଭିଷେକ ଅପିଲ କରିଥିଲେ । ମାତ୍ର ବିଚାରପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଗତ ୧୯୮୮ ମସିହା ଡିସେମ୍ବର ୨୭ ତାରିଖରେ ଏକ ଘଟଣା ପାଇଁ ଆଜି ସିଦ୍ଧୁଙ୍କୁ ଜେଲର ଦ୍ୱାର ଦେଖିବାକୁ ମିଳିଛି ।

ଗତ ୧୯୯୯ ମସିହା ସେପ୍ଟେମ୍ବର ୨୨ରେ ପଟିଆଲା ଟ୍ରାଏଲ କୋର୍ଟ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ମୁକ୍ତ କରିଦେଇଥିଲା । ୨୦୦୭ରେ ପୁଣି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୧୮ରେ ପୁଣି ପୀଡ଼ିତଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ୟାଚିକା ଦାୟର ହୋଇଥିଲା । ଗତ ମେ ମାସ ୧୯ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ରୋଡ଼ ରେଜ ମାମଲରେ ଏକ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ।

Get real time updates directly on you device, subscribe now.