fbpx

ପୁରସ୍କାର ରାଶି ଘୋଷଣା ହୋଇଥିବା ନକ୍ସଲ ଦମ୍ପତିଙ୍କର ଆତ୍ମସମର୍ପଣ

ନୂଆଦିଲ୍ଲୀ : ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକୁମା ଅଞ୍ଚଳରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ସାମ୍ନାରେ ନିଜର ଅସ୍ତ୍ରଶସ୍ତ୍ର ରଖିଥିଲେ । ସୂଚନା ଅନୁସାରେ ଦୁଇଜଣ ନକ୍ସଲ ପତିପତ୍ନୀଙ୍କ ଉପରେ ପୋଲିସ ୧ ଲକ୍ଷଟଙ୍କାରୁ ଅଧିକ ପୁରସ୍କାର ଘୋଷଣା କରିଥିଲା । ଏମାନେ ମଧ୍ୟ ପୋଲିସକୁ ବହୁ ମାତ୍ରାରେ ଚ୍ୟାଲେଞ୍ଜ ଦେଉଥିଲେ । ଏବେ ସରେଣ୍ଡର ପରେ ପୋଲିସ ଶାନ୍ତିରେ ନିଶ୍ୱାସ ନେଉଛି ।

ତେବେ ସୂଚନା ଅନୁସାରେ ଦୁଇଜଣଙ୍କ ଉପରେ ଲକ୍ଷେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ସୁକମା ଜିଲ୍ଲାର ପୋଲିସ ଅଧିକାରୀ କହିବା ଅନୁସାରେ ନକ୍ସଲ ଦମ୍ପତି ସୋମେ ଏବଂ ତାଙ୍କର ପତ୍ନୀ ନନ୍ଦା ସରେଣ୍ଡର କରିଛନ୍ତି ।

Get real time updates directly on you device, subscribe now.