ନୟାଗଡ଼: ପ୍ରେମିକଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ୩ ଜଣଙ୍କୁ ଅଟକ ରଖିଲା ପୋଲିସ

ନୟାଗଡ଼: (ଓଡ଼ିଶା ଭାସ୍କର) ଖଣ୍ଡପଡ଼ାରେ ପ୍ରେମିକଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଜଣଙ୍କୁ ଅଟକ ରଖିଲା ପୋଲିସ । ଫତେଗଡ଼ ଥାନା ଅଞ୍ଚଳର ୩ ଯୁବକଙ୍କୁ ଅଟକ ରଖିଲା ପୋଲିସ । ରବିବାର ମନ୍ଦିରରୁ ଫେରିବା ବେଳେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପୀଠାଖାଇ ଜଙ୍ଗଲରେ ପ୍ରେମିକ ଆଗରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ହୋଇଥିଲା ଅଭିଯୋଗ।

ସୂଚନା ଅନୁସାରେ, ଗଣଦୁଷ୍କର୍ମ ବେଳର ଭିଡିଓ ସୁଟିଂ କରି ଭାଇରାଲ ମଧ୍ୟ କରିଥିଲେ ଅଭିଯୁକ୍ତ ଯୁବକ । ଏନେଇ ଗତକାଲି ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏହି ମାମଲାରେ ଆଜି ୩ ଜଣ ଯୁବକଙ୍କୁ ତଦନ୍ତ ପାଇଁ ଅଟକ ରଖିଛି ଫତେଗଡ଼ ଥାନା ପୋଲିସ । ତଦନ୍ତ ପରେ ସାମ୍ନାକୁ ଆସିବ ସତ । ସେଦିନ ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ମିଳିପାରେ ନୂଆ ତଥ୍ୟ ।