ପୋଲିସକୁ ବାନ୍ଧିଲା ପୋଲିସ, ନୟାପଲ୍ଲୀ ଏଏସଆଇଙ୍କୁ ଗିରଫ କଲା ମହିଳା ଥାନା ପୋଲିସ

ଧରାପଡ଼ିଲା ଏଏସଆଇଙ୍କ ରାସଲୀଳା । ଗିରଫ ହେଲେ ରସିକିଆ ପୋଲିସ ବାବୁ ।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନା ଏଏସଆଇଙ୍କୁ ବାନ୍ଧିଛି ମହିଳା ଥାନା ପୋଲିସ ।

ମିଛ ପ୍ରତିଶୃତି :ପଦାରେ ପଡ଼ିଯାଇଛି ଏଏସଆଇଙ୍କ ରାସଲୀଳା । ପୀଡ଼ିତା ଥାନାକୁ ନ୍ୟାୟ ପାଇଁ ଆସିଥିବାବେଳେ ଏଏସଆଇ ରଞ୍ଜିତ ଦାସ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶୃତି ଦେଲେ । ଏହାପରେ ପୀଡ଼ିତାଙ୍କୁ ବାହାହେବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ରଞ୍ଜିତ ।

ଏ ନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ମହିଳା ଥାନା ପୋଲିସ ନୟାପଲ୍ଲୀ ଏଏସଆଇ ରଞ୍ଜିତଙ୍କୁ ତୁରନ୍ତ ଗିରଫ କରିନେଇଛି ।

ଦେଲା ନିର୍ଯାତନା: ମହିଳାଙ୍କ ସହ କିଛିଦିନ ସମ୍ପର୍କ ରଖିବା ପରେ ପୀଡ଼ିତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ନିର୍ଯାତନା ଦେଇଥିଲେ ରଞ୍ଜିତ । ନିର୍ଯାତନାର ଶିକାର ହେବା ପରେ ମହିଳାଜଣକ ମହିଳାଥାନାରେ ଅଭିଯୋଗ କରିଥିଲେ । ମହିଳା ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

ତେବେ ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କୌଣସି ପ୍ରେସ୍ ବିବୃତି ଦିଆଯାଇ ନଥିବା ଜଣାପଡ଼ିଛି । ବିଭାଗ ଗୋଟିଏ ପ୍ରକାର ଘଟଣା ଉପରେ ଘଣ୍ଟ ଘୋଡ଼ାଇଥିବା କୁହାଯାଉଛି ।