fbpx

ଜମ୍ମୁ କାଶ୍ମୀରର ଭବିଷ୍ୟତ ରଣନୀତି ଉପରେ ଏନସି ଅଧ୍ୟକ୍ଷଙ୍କ ଦୃଷ୍ଟିଭଙ୍ଗୀ

ଶ୍ରୀନଗର: ଜମ୍ମୁ କାଶ୍ମୀର ଭୋଟ ଗଣତିରେ ନାସନାଲା କନଫେରେନ୍ସ ଓ କଂଗ୍ରେସ ମେଣ୍ଟ ବିଜୟ ପଥରେ ଆଗେଇ ଚାଲିଛି । ଫଳାଫଳ ପ୍ରକାଶ ପାଇ ନଥିଲେ ମଧ୍ୟ ମେଣ୍ଟର ବିଜୟ ନିଶ୍ଚିତ ହେବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହୋଇଛି । ଏନସି ମୁଖ୍ୟ ଫାରୁକ ଅବଦ୍ଦୁଲା ନାଁ ଘୋଷଣା କରିଛନ୍ତି ଜମ୍ମୁ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ।

ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନସି ଓ କଂଗ୍ରେସ ମେଣ୍ଟ ବାଜିମାତ କରିବାକୁ ଯାଉଛି । ଫଳାଫଳ ପ୍ରକାଶ ପାଇବା ଆଗରୁ ଏନସି ପ୍ରମୁଖ ଫାରୁକ ଅବଦ୍ଦୁଲା କହିଛନ୍ତି ଉମର ଅବଦୁଲା ହେବେ ଏହି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ମୁଖ୍ୟମନ୍ତ୍ରୀ । ଶ୍ରୀନଗରରେ ମିଡିଆକୁ ଏହା କହିଛନ୍ତି ଫାରୁକ ।

ଫାରୁକ କହିଛନ୍ତି କି, ୧୦ ବର୍ଷ ପରେ ଜନତା ଆମକୁ ଜନାଦେଶ ଦେଇଛନ୍ତି । ଆମେ ସେମାନଙ୍କ ଆଶାରେ ସଫଳ ହେବାକୁ ଚେଷ୍ଟାକରିବୁ । ଏଠିପୋଲିସ ରାଜ ବଦଳରେ ଲୋକଙ୍କ ରାଜ ହେବ । ଆମେ ଜେଲରେ ବନ୍ଦ ଥିବା ନିର୍ଦ୍ଦୋଷ ଲୋକଙ୍କୁ ମୁକ୍ତ କରିବୁ । ମିଡିଆ ସ୍ୱତନ୍ତ୍ର ହେବ । ଆମକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଶ୍ୱାସ ସ୍ଥାପନ କରିବାକୁ ହେବ । ଏଥିସହ ଫାରୁକ ଆଶା କରିଛନ୍ତି କି, ଇଣ୍ଡିଆ ମେଣ୍ଟ ସହ ମିଶି ପୁଣି ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟର ମାନ୍ୟତା ମିଳିବ । ଏଥିପାଇଁ ସେ ଇଣ୍ଡି ମଣ୍ଟେ ସହ ମିଶି ଲଢେଇ ଜାରି ରଖିବେ । ମତେ ଲାଗୁଛି ଉମବ ଅବଦ୍ଦୁଲା ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଫାରୁକ ।

ଏଥିସହ ଫାରୁକ କହିଛନ୍ତି କି, ଜମ୍ମୁ କାଶ୍ମୀରର ଲୋକ ମତଦାନ ମାଧ୍ୟମରେ ସାବ୍ୟସ୍ତ କରିଛନ୍ତି କି, ଧାରା ୩୭୦କୁ ଉଚ୍ଛେଦକୁ ସେମାନେ ସ୍ୱୀକାର କରି ନାହାନ୍ତି । ଏଥିସହ ସେ ଶାସନ ବ୍ୟବସ୍ଥାରେ ଆସିଥିବା ପରିବର୍ତ୍ତନ ଉପରେ ମଧ୍ୟ ମତ ଦେଇଛନ୍ତି । ଏବେ ଉପରାଜ୍ୟପାଳ ଓ ତାଙ୍କ ୪ ଜଣ ପରାମର୍ଶଦାତା ଆଉ ଶାସନ କରିବେ ନାହିଁ । ବିଧାୟକମାନେ ଜମ୍ମୁ କାଶ୍ମୀରକୁ ଚଳାଇବେ ବୋଲି କହିଛନ୍ତି ଫାରୁକ ।

Get real time updates directly on you device, subscribe now.