fbpx

ୟୁକ୍ରେନ୍ ଶାନ୍ତି ବୁଝାମଣାରେ ସ୍ୱାକ୍ଷର କଲା ନାହିଁ ଭାରତ, ସମସ୍ତ ପକ୍ଷଙ୍କ ରହିବା ଆବଶ୍ୟକ ବୋଲି କହିଲେ ବୈଦେଶିକ ମନ୍ତ୍ରଣାଳୟ ସଚିବ

Advertisement

ଜେନିଭା: ରବିବାର ୮୦ଟି ଦେଶକୁ ନେଇ ଆୟୋଜିତ ୟୁକ୍ରେନ୍ ଶାନ୍ତି ସମ୍ମିଳନୀରେ ଆଗତ ବୁଝାମଣାରେ ଭାରତ ସ୍ୱାକ୍ଷର କରିବାକୁ ମନା କରିଛି । ସୁଇଜରଲ୍ୟାଣ୍ଡର ବରଜେନେଷ୍ଟୋକ୍ ରିସର୍ଟରେ ‘ସମ୍ମିଟ୍ ଅନ୍ ପିସ୍ ଇନ୍ ୟୁକ୍ରେନ୍‌’ ୨ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବା ପାଇଁ ରୁଷର ଆକ୍ରମଣ ବନ୍ଦ କରିବାକୁ ମିଳିତ ବୁଝାମଣା ପ୍ରସ୍ତୁତ କରାଯାଇଥିଲା ।

ଏହି ସମ୍ମିଳନୀରେ ପାଶ୍ଚାତ୍ୟ ଦେଶ ସହିତ ଇକ୍ୱେଡର, ସୋମାଲିଆ, କେନିଆ, ଯୋଗ ଦେଇଥିଲେ । ତେବେ ଏହି ସମ୍ମିଳନୀରେ ରୁଷକୁ ନିମନ୍ତ୍ରଣ କରାଯାଇ ନଥିଲା । ଚୀନ ଓ ଅନ୍ୟ କେତେକ ବିକଶିତ ରାଷ୍ଟ୍ର ଏଥିରେ ଯୋଗ ଦେଇ ନଥିଲେ । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ସଚିବ(ୱେଷ୍ଟ) ପବନ କପୁର ଯୋଗ ଦେଇଥିଲେ । ସେ କହିଥିଲେ, ‘ଶାନ୍ତି ବୁଝାମଣାରେ ସମସ୍ତ ପକ୍ଷଙ୍କ ସାମିଲ କରାଯିବାର ଆବଶ୍ୟକତା ରହିଛି । ଅନ୍ୟଥା ଏହା କାର୍ଯ୍ୟକାରୀ ହେବା ଅସମ୍ଭବ । ଉଭୟ ପକ୍ଷଙ୍କ ପାଇଁ ଗ୍ରହଣୀୟ ହୋଇପାରୁଥିବା ପ୍ରସ୍ତାବକୁ ବୁଝାମଣାରେ ସାମିଲ କରାଯିବା ଦରକାର । ଭାରତ ଉଭୟ ପକ୍ଷଙ୍କୁ ଶାନ୍ତି ବୁଝାମଣାରେ ଜଡ଼ିତ କରିବା ଦିଗରେ ପ୍ରୟାସ କରିବ ।’ ଏହି ବୁଝାମଣାରେ ଭାରତ ଓ ଅନ୍ୟ ୬ଟି ରାଷ୍ଟ୍ର ସ୍ୱାକ୍ଷର କରି ନାହାଁନ୍ତି । ତେବେ ଏହି ରାଷ୍ଟ୍ରଗୁଡ଼ିକ ହେଲା ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ମେକ୍ସିକୋ ଓ ୟୁଏଇ ।

Get real time updates directly on you device, subscribe now.