fbpx

NDRF ଯବାନଙ୍କ ମକ ଡ୍ରିଲ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏନ୍‌.ଡି.ଆର୍‌.ଏଫ୍‌. ଯବାନ ମାନଙ୍କ ଭୁମିକା ଏବଂ ମକ ଡ୍ରିଲ୍ ସମ୍ବନ୍ଧରେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛ । ବୈଠକରେ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଏନ୍‌.ଡି.ଆର୍‌.ଏଫ୍ ଜବାନ ମାନେ କିପରି ଲୋକଙ୍କୁ ଉଦ୍ଧାର କରନ୍ତି ସେସମ୍ବନ୍ଧରେ ବିସ୍ତୁତ ଆଲୋଚନା କରିବା ସହ ମାଲକାନଗିରି ସଦର ମହକୁମାରେ ଥିବା ଘଡେଇ ମହାବିଦ୍ୟାଳୟ, ମାଲକାନଗିରି ମହାବିଦ୍ୟାଳୟ, ମାଲକାନଗିରି ମହିଳା ମହାବିଦ୍ୟାଳୟ ଏବଂ ସତିଗୁଡା ଜଳଭଣ୍ଡାରରେ ଏକ ପ୍ରତ୍ୟକ୍ଷ ଉଦ୍ଧାର ଏବଂ କୌଶଳ କାର୍ୟ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲ।।
ଯୁବ ପୀଢି ମାନେ ଏହି ଜବାନ ମାନଙ୍କର ସାହସିକତା, ରଣ କୌଶଳ ପ୍ରତ୍ୟକ୍ଷ ଭାବରେ ଦେଖିଲା ପରେ ନିଜକୁ କିପରି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ରକ୍ଷା କରିବା ସହ ଅନ୍ୟକୁ ଉଦ୍ଧାର କରିପାରିବେ ଏହି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏନ୍‌.ଡି.ଆର୍‌.ଏଫ୍‌. ଟିମର ଇନିସ୍ପେକ୍ଟର ସୁନିଲ କୁ୍‌ମାର ଶାନ୍ତି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଦ୍ୟୁତ୍ ବିଭାଗର ସୋନତ କୁମାର ସିଙ୍କ ସହ ପୋଲିସ, ଅଗ୍ମିଶମ ବିଭାଗ ଏବଂ ବିଭିନ୍ନ ବିଭାଗର ପଦାଧଇକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.