fbpx

“ସଠିକ୍ ଦିଗରେ ଆବଶ୍ୟକୀୟ ପଦକ୍ଷେପ’’, ଆରବିଆଇ ରେପୋ ରେଟ୍ ବୃଦ୍ଧି ଉପରେ କେନ୍ଦ୍ର ଅର୍ଥ ସଚିବଙ୍କ ବୟାନ

ନୁଆଦିଲ୍ଲୀ: ଦେଶରେ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ଲାଗି ବୁଧବାର ରିଜର୍ଭ ବ୍ୟାଙ୍କ ରେପୋରେଟ ବୃଦ୍ଧି କରିଛନ୍ତି । ଏହାକୁ ଏକ ଉତ୍ତମ ନିଷ୍ପତି କହିବା ସହ ଉଚିତ୍ ସମୟରେ ଆବିଆଇ ଉଚିତ୍ ନିଷ୍ପତି ନେଇଥିବା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସଚିବ ଟି ଭି ସୋମନାଥ । ଗତ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବା କାରଣରୁ ରିଜର୍ବ ବ୍ୟାଙ୍କ ରେପୋରେଟରେ କୌଣସି ପରିବର୍ତ୍ତନ କରିନଥିଲେ ।

ବୃଦ୍ଧି ପାଇ ଚାଲିଥିବା ଦରଦାମକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ପଚାରିବାରୁ ଟି ଭି ସୋମନାଥ କହିଛନ୍ତି ଯେ, କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଖାସ୍ୟଶସ୍ୟ ଯୋଗାଇ ଦେଉଛନ୍ତି ଏଥି ସହିତ ସରା ଦାମ କିପରି ନିୟନ୍ତ୍ରିତ ରହିବା ଏହା ଉପରେ ସରକାର ଧ୍ୟାନ ରଖିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସବସିଡ୍ ମଧ୍ୟ ପ୍ରଦାନ କରୁଛନ୍ତି ।

ମାର୍ଚ୍ଚମାସରେ ମୁଦ୍ରାସ୍ପୀତି ୭ ପ୍ରତିଶତ ଛୁଇଁଛି । ଯାହା ଲଗାତାର ତୃତୀୟ ମାସ ପାଇଁ ଆରବିଆଇର ଆକଳନକୁ ଅତିକ୍ରମ କରିଛି । ମାର୍ଚ୍ଚ ମାସରେ ତୀବ୍ର ମୁଦ୍ରାସ୍ପୀତି ପରିବା ଦରଦାମ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀର ବୃଦ୍ଧି କାରଣରୁ ହୋଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ବର୍ତ୍ତମାନର ବୈଶ୍ୱିକ ସ୍ଥିତି, ବଢୁଥିବା ମୁଦ୍ରାସ୍ପୀତି, ଅଶୋଧିତ ତେଲର ଦାମରେ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀରେ ଅଭାବକୁ ଦୃଷ୍ଟିରେ ରଖି ରେପୋ ରେଟ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.