fbpx

ନୀନା ଗୁପ୍ତାଙ୍କ ଝିଅ ମସାବାଙ୍କ ଫଟୋଶୁଟ୍ ଭାଇରାଲ୍, ସୟାନୀ କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ଚର୍ଚ୍ଚିତ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବାଙ୍କ ନୂଆ ଫଟୋ ଶୁଟ୍ ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି । ବୋଲ୍ଡ ଓ ଫିଟନେସ୍ ବଡି ଦେଖି ଯେକେହି ଚର୍ଚ୍ଚା କରୁଛନ୍ତି । ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ଦେଉଛନ୍ତି ଜବରଦସ୍ତ କମେଣ୍ଟ । ଖାଲି ଏତିକି ନୁହେଁ ବଲିଉଡ୍ ଅଭିନେତ୍ରୀମାନେ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାନ୍ତି । ମସାବାଙ୍କ ଫଟୋରେ ଅଭିନେତ୍ରୀ ସୟାନୀ ଗୁପ୍ତା କମେଣ୍ଟ ଦେଇଛନ୍ତି ଯେ- ଭଉଣୀ ଟିକେ ଦୟା କର…

ବୋଲ୍ଡନେସ୍ ପ୍ରସଙ୍ଗରେ ମସାବା କୌଣସି ବଲିଉଡ୍ ଅଭିନେତ୍ରୀଠୁ ପଛରେ ନାହାନ୍ତି । ପୂରା ମସାଲା ଭରି ଦେଉଛନ୍ତି । କନଫିଡେନ୍ସ ସହିତ ହଟ୍ ଫଟୋଶୁଟ୍ କରନ୍ତି ମସାବା । ନିକଟରେ ସେମିତି କିଛି ଫଟୋ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଛାଡ଼ିଛନ୍ତି । ବ୍ରାଉନ୍ ବ୍ରାଲେଟ୍ ଆଉ ଲାଇଟ୍ ସ୍କର୍ଟ ସହିତ ମେଚିଂ ହିଲ୍ସରେ ମସାବାଙ୍କୁ ଲୁକ୍ ପାଇଁ ସବୁଠି ଚର୍ଚ୍ଚା ଚାଲିଛି । ଖାଲି ଏତିକି ନୁହେଁ, ସୁନା ଆସେସୋରିଜ୍ ଓ ମିନିମଲ୍ ମେକଅପ୍ ସହ ଖୋଲା ଚୁଟିରେ ମସାବା ପୂରା ହଟ୍ ଲାଗୁଛନ୍ତି । ଅଭିନେତ୍ରୀ ସୟାନୀଙ୍କ ବ୍ୟତୀତ ସମୀରା ରେଡ୍ଡୀ ମଧ୍ୟ କମେଣ୍ଟରେ ଲେଖିଛନ୍ତି ଯେ ତୁମେ ଗର୍ଜିୟସ୍ ମହିଳା ।

 

View this post on Instagram

 

A post shared by Masaba (@masabagupta)

 

View this post on Instagram

 

A post shared by Masaba (@masabagupta)

 

View this post on Instagram

 

A post shared by Masaba (@masabagupta)

Get real time updates directly on you device, subscribe now.