fbpx

ବିନେଶ ଫୋଗଟ ନିଲମ୍ବିତ; ସୋନମ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଫଳତା ପରେ ବିନେଶ ଫୋଗଟଙ୍କୁ ନିଲମ୍ବିତ କରିଛି ଭାରତୀୟ କୁସ୍ତିଯୋଦ୍ଧା ସଂଘ । ଟୋକିଓରୁ ଫେରିବାର ମାତ୍ର ଗୋଟିଏ ଦିନ ମଧ୍ୟରେ ବିନେଶଙ୍କୁ ନିଲମ୍ବିତ କରାଯାଇଛି । ଟୋକିଓର କ୍ରୀଡ଼ାଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ବିନେଶଙ୍କୁ ନିଲମ୍ବିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିନେଶ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ । ଏହା ବ୍ୟତିତ ଯୁବ ରେସଲର ସୋନମ ମଲିକଙ୍କୁ ମଧ୍ୟ ସମାନ କାରଣ ପାଇଁ ଶୋ କଜ୍ ନୋଟିସ ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପ୍ରଶିକ୍ଷଣ ପାଇଁ ବିନେଶଙ୍କୁ ହଙ୍ଗେରୀ ପଠାଯାଇଥିଲା । ବିନେଶ ନିଜ କୋଚ ଓଲ୍ଲର ଆକୋସଙ୍କ ସହିତ ସମାନ ଫ୍ଲୋରରେ ରହିବା ପାଇଁ ଦାବି କରିଥିଲେ । ଏପରିକି ସାଥୀ ରେସଲର ତଥା ଭାରତୀୟ ଖେଳାଳିଙ୍କ ସହିତ ଗୋଟିଏ ଦିନ ମଧ୍ୟ ଅଭ୍ୟାସ କରିନଥିଲେ ବିନେଶ । ଏହା ସହିତ ଭାରତୀୟ ଖେଳାଳିଙ୍କୁ ପ୍ରଦାନ କରଯାଇଥିବା ଅଫିସିଆଲ କିଟ ଏବଂ ସ୍ପନସରର ବ୍ୟବହାର କରିନଥିଲେ । ଅଗଷ୍ଟ ୧୬ ମଧ୍ୟରେ ଏହି ବିଶୃଙ୍ଖଳିତ ଆଚରଣର ଉତ୍ତର ରଖିବା ପାଇଁ ବିନେଶଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.