fbpx

୨୧ ବର୍ଷ ପରେ ନୂଆ କ୍ଲବରେ MESSI; ପୁଣି ଥରେ ଦେଖିବାକୁ ମିଳିବ ମେସି-ନେମ୍ୟାର ମ୍ୟାଜିକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଅଧିନାୟକ ଓ ପୂର୍ବତନ ବାର୍ସେଲୋନା ସୁପରଷ୍ଟାର ଲିଓନେଲ ମେସି ଦୀର୍ଘ ୨୧ ବର୍ଷ ପରେ ଆଉ ଏକ କ୍ଲବର ଜର୍ସିରେ ନଜର ଆସିବେ । ଫ୍ରାନ୍ସର କ୍ଲବ ପ୍ୟାରିସ୍ ସେଣ୍ଟ ଜର୍ମାନ(ପିଏସଜି) ସହିତ ଯୋଗ ଦେଇଛନ୍ତି ଲିଓନେଲ ମେସି । ମେସି ଯୋଗ ଦେଇଥିବା ବେଳେ କେତେ ଟଙ୍କାର ଚୁକ୍ତି ହୋଇଛି ତାହା ଜଣା ପଡିନାହିଁ । ତେବେ ଭାରତୀୟ ମୁଦ୍ରାରେ ବାର୍ଷିକ ୨୬୦ କୋଟି ଟଙ୍କା ହିସାବରେ ଦୁଇ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିବା କୁହାଯାଉଛି ।

ଏହା ସହିତ ପୁଣି ଥରେ ଫୁଟବଲର ଚମକ୍ରାର ଯୋଡି ମେସି-ନେମ୍ୟାରଙ୍କୁ ଏକାଠି ଦେଖିବାର ସୁଯୋଗ ପାଇବେ । ଉଭୟ ଖେଳାଳି ଏକତ୍ର ବାର୍ସେଲୋନା ପାଇଁ ଖେଳୁଥିବା ବେଳେ ବର୍ତ୍ତମାନ ଏକାଠି ପିଏସଜି ପାଇଁ ଖେଳିବେ । ତେବେ ମେସି ଏଯାଏଁ ଏ ସମ୍ପର୍କରେ କୌଣସି ବୟାନ ଦେଇନଥିବା ବେଳେ ପିଏସଜି ସହିତ ଚୁକ୍ତି ସ୍ୱାକ୍ଷର ପାଇଁ ପ୍ୟାରିସରେ ଅଛନ୍ତି ମେସି । ତେବେ ମେସିଙ୍କ ପିତା ଜର୍ଗ ମେସି ଏହା ସ୍ୱୀକାର କରିଛନ୍ତି କି, ଲିଓନେଲ୍ ମେସି ପିଏସଜିରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.