fbpx

ସ୍ୱତନ୍ତ୍ର ବିମାନରେ ଫେରିବେ ଆଫଗାନିସ୍ତାନରେ ଫସିଥିବା ଭାରତୀୟ; ଜାରି ହେଲା ହେଲ୍ପଲାଇନ ନମ୍ବର

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ପ୍ରଭାବ ବଢି ଚାଲିଥିବା ବେଳେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ବିମାନ ପ୍ରେରଣ କରାଯାଇଛି । ଆଫଗାନୀ ସହର ମଜର ଏ ଶରିଫରେ ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର ।

ଭାରତ ସରକାରଙ୍କ ପକ୍ଷରୁ ଇଣ୍ଡିଆ ଇନ୍ ମଜର ନାମକ ଏକ ଟ୍ୱିଟ୍ଟର ହ୍ୟାଣ୍ଡେଲ ମଧ୍ୟ ଖୋଲରାଯାଇଛି । ଏକ ସ୍ୱତନ୍ତ୍ର ବିମାନ ଭାରତ ଆସୁଥିବା ବେଳେ ଏଥିରେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଆବେଦନ କରିବାକୁ ହ୍ୱାଟସଆପ ନମ୍ବର ଜାରି କରାଯାଇଛି । ୦୭୮୫୮୯୧୩୦୩ ଓ ୦୭୮୫୮୯୧୩୦୧ ଦୁଇଟି ନମ୍ବର ପ୍ରଦାନ କରାଯାଇଥିବା ବେଳେ ଏହି ନମ୍ବର ଦୁଇଟିରେ ହ୍ୱାଟ୍ସଆପ ଜରିଆରେ ସମ୍ପର୍କ କରିବା ପାଇଁ ଆବେଦନ କରାଯାଇଛି । ନିଜର ପାସପୋର୍ଟ ନମ୍ବର, ପୁରା ନାମ ଏବଂ ପାସପୋର୍ଟ ଏକ୍ସପାୟରୀ ତାରିଖ ପଠାଇବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.