CHARIDHAM

ଅଞ୍ଜୁ ବବି ଜର୍ଜଙ୍କୁ ଧନ୍ୟବାଦ ଜଣାଇଲେ ନୀରଜ ଚୋପ୍ରା, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ସ ହିରୋ ନୀରଜ ଚୋପ୍ରା ପୂର୍ବତନ ମହିଳା ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦ ବର୍ଷରୁ କମ ବିଶ୍ଵ ଚାମ୍ପିଅନସିପରେ ଶୈଳୀ ସିଂଙ୍କ ରୌପ୍ୟ ପଦକ ହାସଲ ପରେ ନୀରଜ ଅଞ୍ଜୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୬.୫୯ ମିଟର ଦୂରତା ଡେଇଁବା ସହିତ ଶୈଳୀ ରୌପ୍ୟ ପଦକ ହାସଲ କରିଥିଲେ।

ଶୈଳୀଙ୍କ ସଫଳତା ପରେ ନୀରଜ ତ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାତ୍ର ୨ ସେଣ୍ଟି ମିଟର ପାଇଁ ୧୭ ବର୍ଷୀୟା ଶୈଳୀ ସ୍ଵର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ନୀରଜ ଶୈଳୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ରେ ଅଗ୍ରଗତି କାମନା କରିଛନ୍ତି। ଏହା ସହିତ ଅଞ୍ଜୁ ବବି ଜର୍ଜଙ୍କ ନେତୃତ୍ୱରେ ଶୈଳିଙ୍କ ଉନ୍ନତି ପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ ଜନାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୪ ବର୍ଷ ବୟସରୁ ଶୈଳୀ ସିଂ ଅଞ୍ଜୁଙ୍କ ଏକାଡେମୀରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।