fbpx

ଦେଶର ସବୁଠୁ ବଡ ପରୀକ୍ଷା ପାଲଟିଲା NEET, ୨୧ ଲକ୍ଷ ଆବେଦନ: କାହିଁକି ବଢୁଛି କ୍ରେଜ?

ନୂଆଦିଲ୍ଲୀ: ମେଡିକାଲ କୋର୍ସରେ ଆଡମିଶନ ପାଇଁ ପରୀକ୍ଷା ଚଳିତବର୍ଷ ଏକ ବିରାଟ ରେକର୍ଡ କରିବାକୁ ଯାଉଛି । ଏହି ପରୀକ୍ଷା ପାଇଁ ଦେଶର ମୋଟ ୨୧ ଲକ୍ଷରୁ ଅଧିକ ପିଲା ଆବେଦନ କରି ସାରିଛନ୍ତି । ଯାହାଦ୍ୱାରା ଏହି ପରୀକ୍ଷା ବର୍ତ୍ତମାନ ଦେଶର ସବୁଠୁ ବଡ ପରୀକ୍ଷା ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୨୧ ଲକ୍ଷ ୧୦ ହଜାର ଆଶାୟୀ ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସରେ ଆଡମିଶନ ପାଇଁ ପରୀକ୍ଷାରେ ନିଜ ନାଁ ସାମିଲ କରିଛନ୍ତି । ତେବେ ମେ’ ୭ ତାରିଖ ଅପରାହ୍ନ ୨ଟାରେ ଏହାର ପରୀ୪ା ଆୟୋଜିତ ହେବ ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, କାହିଁକି ନିଟ୍ ପ୍ରତି ପିଲାଙ୍କର ଏତେ କ୍ରେଜ? ନିଟ୍ ଏବଂ ଜେଇଇ ପରୀକ୍ଷା କରାଉଥିବା କୋଚିଙ୍ଗ ସଂସ୍ଥାର ବରିଷ୍ଠ ଶିକ୍ଷକ ଶଶିପ୍ରକାଶ ସିଂହ ଏହାର କାରଣ କହିଛନ୍ତି । ତେବେ ପ୍ରମୁଖ କାରଣ ହେଉଛି ଗତ ବର୍ଷମାନଙ୍କରେ ମେଡିକାଲ କଲେଜ ଏବଂ ମେଡିକାଲ ସିଟରେ ବୃଦ୍ଧି ହୋଇଥିବାରୁ ଏପରି ହେଉଥିବା ମତ ରଖିଛନ୍ତି ବୈଜ୍ଞାନିକ । ଦେଶରେ ଗତ କିଛି ବର୍ଷା ଭିତରେ ଏମ୍ସ ସମେତ ଅନ୍ୟ କିଛି ମେଡିକାଲ ମଧ୍ୟ ଖୋଲା ଯାଇଛି । ଦିଲ୍ଲୀର ଶିକ୍ଷାବିତ ରାଜୀବ ଝା କହିଛନ୍ତି ଯେ, ନିଟ୍ ପରୀକ୍ଷା ଅନୁସାରେ ଇଞ୍ଜିନିୟରିଙ୍ଗ କିମ୍ବା ଅନ୍ୟ ପରୀକ୍ଷା ପରେ ପ୍ଲେସମେଣ୍ଟ ହାର ରହି ନଥାଏ । ଛାତ୍ରଛାତ୍ରୀଙ୍କ ପାସ୍ ହାର ବୃଦ୍ଧି ପାଇବାରୁ ଡାକ୍ତରୀ ପାଠ ପ୍ରତି ଗତ କିଛି ବର୍ଷରେ ପିଲାଙ୍କ ଇଚ୍ଛା ଆହୁରି ବଢିଯାଇଛି । ତେବେ ଏଥିରେ ଅଧିକ ଟ୍ରାନ୍ସଫର କିମ୍ବା ଫିଲ୍ଡ ଜବ୍ ନଥିବାରୁ ଏହାକୁ ସୁରକ୍ଷିତ ବୋଲି କଚୁହାଯାଏ ।

ସେହିପରି ଲକ୍ଷେ୍ନø ମେଡିସିନ ବିଭାଗର ପ୍ରଫେସର ଡା. କୌସର ଉସ୍ମାନ କହିଛନ୍ତି ଯେ, ଡାକ୍ତରମାନଙ୍କ ଜୀବନଶୈଳୀ ଅନ୍ୟ କୌଣସି କ୍ୟାରିୟର ଅପେକ୍ଷା କୁବ ଭିନ୍ନ ହୋଇଥାଏ । ଅନ୍ୟ ଚାକିରି ଅପେକ୍ଷା ଏଥିରେ ଷ୍ଟାବିଲିଟି ସହିତ ସମାଜସେବା ପାଇଁ ଅଧିକ ସୁଯୋଗ ମିଳିଥାଏ । ସମାଜରେ ନିଜର ଏକ ଭିନ୍ନ ପ୍ରତିଷ୍ଠା ମଧ୍ୟ ମିଳିଥାଏ । ତେଣୁ ଯୁବ ସମାଜ ଡାକ୍ତରୀ ପାଠ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି । ରିପୋର୍ଟ ଅନୁସାରେ, ୨୦୧୪ ପରେ ମେଡିକାଲ କଲେଜର ସଂଖ୍ୟାରେ ୭୧ ପ୍ରତିଶତ ଏବଂ ଏମବିବିଏସ ସିଟରେ ୯୭ ପ୍ରତିଶତ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.