fbpx

NEET ପେପର ଲିକ୍ ମାମଲା: AIIMSର ୩ ଜଣ ଡାକ୍ତରଙ୍କୁ ଧରିଲା CBI

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନୀଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଶୁଣାଣି ହେବ । ଏଥିମଧ୍ୟରେ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣଙ୍କୁ ଧରିବାରେ ସଫଳ ହୋଇଛି CBI। ଏହି ୩ ଜଣଙ୍କୁ ଏକ କକ୍ଷରେ ବନ୍ଦ କରି ସେମାନଙ୍କ ମୋବାଇଲ ଏବଂ ଲାପଟପ୍ ଜବତ କରିଛି ସିବିଆଇ । ଏହି ୩ ଜଣ ୨୦୨୧ ବ୍ୟାଚର ଛାତ୍ର ବୋଲି ଜଣାପଡ଼ିଛି ।

ସିବିଆଇ ସୂତ୍ରରୁ ପ୍ରକାଶ ଯେ ପରୀକ୍ଷା ମଫିଆମାନେ ଏମାନଙ୍କ ଦ୍ୱାରା ନୀଟ୍ ପରୀକ୍ଷାପତ୍ରର ଉତ୍ତର ଲେଖା କରାଇଥିଲେ । ଏହା ପରେ ପରୀକ୍ଷାର୍ଥୀଙ୍କୁ ଏହି ଉତ୍ତର ସବୁ ମୁଖସ୍ତ କରିବା ପାଇଁ ଦିଆଯାଇଥିଲା । ଏହା ପୂର୍ବରୁ ସିବିଆଇ ନୀଟ୍ ପେପର ଲିକ୍ ମାମଲା ସହ ଜଡ଼ିତ ଅନେକ ଲୋକଙ୍କୁ ଗିରଫ କରିସାରିଛି । ଧରାପଡ଼ିଥିବା ଏହି ୩ ଜଣ AIIMS ପାଟନାର ଡାକ୍ତର ବୋଲି ଜଡ଼ାପଡ଼ିଛି ।

Get real time updates directly on you device, subscribe now.