fbpx

ନିଟ୍-ୟୁଜି ୨୦୨୪; ପରୀକ୍ଷା ଫଳ ବାତିଲ କରିବାକୁ ମନା କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ବାତିଲ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ପରୀକ୍ଷାର ପ୍ରଶ୍ନପତ୍ର ଯୋଜନାବଦ୍ଧ ଭାବେ ଲିକ୍ ହୋଇଛି ବୋଲି ପ୍ରମାଣ କରିବା ପାଇଁ କୌଣସି ଦୃଢ଼ ପ୍ରମାଣ ନାହିଁ। ଅଦାଲତ କହିଛନ୍ତି ଯେ ପରୀକ୍ଷାର ପବିତ୍ରତା ଉପରେ ପ୍ରଶ୍ନ ଉଠୁନାହିଁ, ତେଣୁ କୋର୍ଟ ପୁନର୍ବାର ପରୀକ୍ଷା ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ଛାତ୍ର ଅନ୍ୟାୟ ଉପାୟରେ ଫାଇଦା ନେଉଥିବା ଦେଖାଯାଏ, ତେବେ ସେହି ଛାତ୍ରଙ୍କୁ ପରବର୍ତ୍ତୀ ସମୟରେ ଦଣ୍ଡିତ କରାଯିବ। ପୁନଃ ପରୀକ୍ଷା ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି କୋର୍ଟ କହିଛନ୍ତି। ଏହା ଦ୍ବାରା ଡାକ୍ତରୀ ପାଠପଢ଼ା ପାଇଁ ନାମଲେଖା କାର୍ଯ୍ୟସୂଚୀ ପ୍ରଭାବିତ ହେବ। ଉଚ୍ଚ ନ୍ୟାୟାଳୟକୁ ଯାଇପାରିବେ ଛାତ୍ରଛାତ୍ରୀ ଏହି ଆଦେଶ ନିଟ୍ ପରୀକ୍ଷାର ପବିତ୍ରତା ଉପରେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଯଦି କୌଣସି ଛାତ୍ରଙ୍କର କୌଣସି ବ୍ୟକ୍ତିଗତ ଅଭିଯୋଗ ଥାଏ, ତେବେ ସେ ଆଇନ ଅନୁଯାୟୀ ନିଜର ଅଧିକାର ହାସଲ କରିବାକୁ ସ୍ୱାଧୀନ। ଏଭଳି ଛାତ୍ରଛାତ୍ରୀ ନିଜ ଦାବି ନେଇ ହାଇକୋର୍ଟ ଯାଇପାରିବେ। ସରକାରଙ୍କ ଦ୍ୱାରା ଗଠିତ ୭ ଜଣିଆ କମିଟିକୁ କିଛି ପରାମର୍ଶ ପଠାଯିବ। ଏହି କମିଟି ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବ ଏବଂ ଭବିଷ୍ୟତରେ ଯେପରି ଏଭଳି ଭୁଲ ନ ହୁଏ ସେଥିପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ୟୁଜି ଏବଂ ଅନ୍ୟାନ୍ୟ ପରୀକ୍ଷା ଆୟୋଜନ ପ୍ରକ୍ରିୟାକୁ ସୁଦୃଢ଼ କରିବାକୁ ସୁନିଶ୍ଚିତ କରିବ ବୋଲି କୋର୍ଟ କହିଛନ୍ତି।

Get real time updates directly on you device, subscribe now.