fbpx
BSKY
BJD MC SKY
BJD MS SKY

ଚଳିତମାସରେ ପ୍ରକାଶ ପାଇବ NEET UG Result 2023 ; ରେଜଲ୍ଟ ଜାଣିବା ପାଇଁ ଚେକ୍ କରନ୍ତୁ ଏହି ୱେବ ସାଇଡ୍

ନୂଆଦିଲ୍ଲୀ : ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (NEET) UG 2023ର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚଳିତ ମାସରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ।

ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ NEET  UG ଅଫିସିଆଲ୍ ୱେବସାଇଟ୍ https://neet.nta.nic.in/ ରେ ଫଳାଫଳ ଦେଖି ପାରିବେ ।

ମେ ୭ରେ ଅନୁଷ୍ଠିତ ହୋଇଥିବା ନିଟ୍ ପରୀକ୍ଷା ମଣିପୁରର ଛାତ୍ରଛାତ୍ରୀମାନେ ଦେଇ ପାରିନଥିଲେ । କାରଣ ଇମ୍ଫାଲ ହିଂସା ଯୋଗୁଁ ସେଠାକାର ଛାତ୍ରଛାତ୍ରୀମାନେପରୀକ୍ଷା ଦେବାକୁ ଆସି ପାରିନଥିଲେ । ସେମାନଙ୍କ ପାଇଁ ପୁଣି ଥରେ ନିଟ୍ ପରୀକ୍ଷା ଆୟୋଜନ କରାଯାଇଛି । ଏଥର ଏହି ପରୀକ୍ଷାରେ ୮,୭୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

 

Get real time updates directly on you device, subscribe now.