fbpx

NEET UG Results 2024: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୧୫୬୩ ଛାତ୍ର ପୁନର୍ବାର ଦେବେ ପରୀକ୍ଷା

ନୂଆଦିଲ୍ଲୀ: NEET ପରୀକ୍ଷା ଫଳକୁ ନେଇ ଚାଲିଥିବା ବିବାଦକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଶୁଣାଣି ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ୧୫୬୩ ଛାତ୍ରଙ୍କ ରିପୋର୍ଟ କାର୍ଡ ରଦ୍ଦ ହୋଇଛି । ଗ୍ରେସ ମାର୍କ ପାଇଥିବା ଛାତ୍ର ପୁଣି ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ୧୫୬୩ ଛାତ୍ର ପୁନର୍ବାର ପରୀକ୍ଷା ଦେବେ ।

ସୂଚନାନୁଯାୟୀ, ନିଟ ୟୁଜି ୨୦୨୪ ପରୀକ୍ଷା ଏବଂ ଏହାର ଫଳାଫଳକୁ ନେଇ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ, ଛାତ୍ରମାନଙ୍କୁ ଡରିବା ଆବଶ୍ୟକତା ନାହିଁ । କାଉନସେଲିଂ ଜାରି ରହିବ ଏବଂ ଆମେ ଏହା ଉପରେ ପ୍ରତିବନ୍ଧକ ଲଗାଉନାହୁଁ । ପରୀକ୍ଷା ହେଲେ ସବୁକିଛି ଭଲ ଭାବେ କରାଯାଇଥାଏ । ଏଭଳି ପରିସ୍ଥିତିରେ ଭୟ କରିବାର ନାହିଁ । ସଂପୂର୍ଣ୍ଣ ଭାବେ ପରୀକ୍ଷାକୁ ରଦ୍ଦ କରିବା ବର୍ତ୍ତମାନ ଉଚିତ ନୁହେଁ ।

କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟ ଗଠନ କରିବା ଚାରି ସଦସ୍ୟ ବିଶିଷ୍ଟ କମିଟି ୧୫୦୦ରୁ ଅଧିକ ପିଲାଙ୍କର ପୁଣିଥରେ ପରୀକ୍ଷା କରିବାର ସମାଧାନ ଦେଉଛନ୍ତି । ଏହି ଲୋକେ ପୁଣି ଥରେ ପରୀକ୍ଷା ଦେବେ ନାହିଁ ତେବେ ଗ୍ରେସ ମାର୍କ ହଟାଇବା ବିଷୟରେ ବିଚାର କରାଯାଇପାରେ । ଯେଉଁ ୧,୫୬୩ ଛାତ୍ରଙ୍କୁ ଗ୍ରେସ ନମ୍ବର ଦିଆଯାଇଥିଲା ସେମାନଙ୍କୁ ୨୩ ଜୁନରେ ପରୀକ୍ଷା ଦେବାର ବିକଳ୍ପ ଦିଆଯିବ । ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି କହିଛନ୍ତି ଯେ, ଫଳାଫଳ ୩୦ ଜୁନରେ ଆସିଯିବ ।

Get real time updates directly on you device, subscribe now.