fbpx

(Video) ଇଏ କି ଜନ୍ତୁ! ସାପ କି କୁକୁର ନୁହେଁ… ଏହି ଅଜବ ଜୀବ ପାଇଁ ଅଟକିଗଲା କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚରେ ଅଧିକାଂଶ ସମୟରେ ସାପ କିମ୍ବା କୁକୁର ଇତ୍ୟାଦି ପଶିଯିବାରୁ ମ୍ୟାଚ ବନ୍ଦ ହୋଇଥିବା ଦେଖାଯାଇଛି । କିନ୍ତୁ ଆଜିର ମ୍ୟାଚରେ ଅଚାନକ ଏକ ଅଜବ ଜନ୍ତୁ ପଶିଯିବାରୁ କ୍ରିକେଟ ମ୍ୟାଚକୁ ରୋକାଯାଇଛି । କ୍ରିକେଟ ଇତିହାସରେ ଏହା ସମ୍ଭବତଃ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ହଠାତ୍ ଲାଇଭ ମ୍ୟାଚରେ ଏକ ଅଜବ ଜନ୍ତୁ ଗ୍ରାଉଣ୍ଡରେ ଏଣ୍ଟ୍ରି କରିବାରୁ ଅମ୍ପାୟାର ଖେଳ ଅଧାରୁ ଅଟକାଇଛନ୍ତି । ଏହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ଏହି ଅଜବ ଘଟଣା । ଉଭୟ ଦଳ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟରେ ଶ୍ରୀଲଙ୍କା ଦଳ ବ୍ୟାଟିଂ କରିବା ସମୟରେ ଅଚାନକ ଏକ କୋମୋଡୋ ଡ୍ରାଗନ୍(ଗୋଧି) ପଡ଼ିଆ ଭିତରେ ପଶି ଆସିଥିଲା । ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁଜ ଏବଂ ଦିନେଶ ଚାନ୍ଦିମାଲ ବ୍ୟାଟିଂ କରୁଥିବା ବେଳେ ଏହି ବିଶାଳ ଗୋଧିକୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେଣୁ ଅମ୍ପାୟାରଙ୍କୁ ଖେଳ ରୋକିବା ପାଇଁ ସେ ଅନୁରୋଧ କରିଥିଲେ । ସେପଟେ ଷ୍ଟାଡିୟମର ବଡ଼ ସ୍କ୍ରିନରେ ଏହି ବିଶାଳ ଗୋଧିକୁ କଏଦ କରିଥିଲା କ୍ୟାମେରା । ଧିରେ ଧିରେ ବ୍ରାଉଣ୍ଡ୍ରି ପାଖ ଦେଇ ଗୋଧି ଚାଲୁଥିବା ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହାକୁ ଦେଖି ବ୍ୟାଟ୍ସମ୍ୟାନଙ୍କ ଅନୁରୋଧ କ୍ରମେ ଫିଲ୍ଡ ଅମ୍ପାୟାର ମଧ୍ୟ କିଛି ସମୟ ଖେଳ ରୋକିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ଧିରେ ଧିରେ ଏହି ବିଶାଳକାୟ ଗୋଧି ପଡ଼ିଆ ବାହାରକୁ ଯିବା ପରେ ପୁଣିଥରେ କେଳ ଆରମ୍ଭ ହୋଇଛି । ଶ୍ରୀଲଙ୍କା ପାଳିର ୪୮ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଘଟରାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ମଧ୍ୟ ଦେଖାଯାଇଛି ।

Get real time updates directly on you device, subscribe now.