fbpx

ନା ସିନେମା କରୁଛନ୍ତି ନା ବିଜନେସ, କେମିତି ଚଳୁଛନ୍ତି ଅଭିନେତ୍ରୀ ମଲାଇକା !

Advertisement

ଓଡିଶା ଭାସ୍କର: ଛୈୟାଁ ଛୈୟାଁ ଗାର୍ଲ ତଥା ବଲିଉଟ ଫିଟନେସ କ୍ୱିନ ଭାବେ ପରିଚିତ ଅଭିନେତ୍ରୀ ମଲାଇକା ଅରୋରା । ଏହି ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ସର୍ବଦା ଚର୍ଚ୍ଚାରେ ରହି ଆଆନ୍ତି । ତାହାସହ ସୋସିଆଲ ମିଡିଆରେ ବି ସେ ବହୁତ ଆକ୍ଟିଭ ରୁହନ୍ତି । ନିଜର ଗ୍ଲେମରିୟସ ଫଟୋରେ ସେ ଫ୍ୟାନ୍ସଙ୍କ ଦିଲକୁ ଧଡକାଇ ଥାଆନ୍ତି । ଅଭିନେତ୍ରୀ ମଲାଇକା ଦୀର୍ଘ ଦିନରୁ ସିନେମାରେ ନଜର ଆସି ନାହାନ୍ତି । ତଥାପି ସେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ତେବେ ବିନା ସିନେମାରେ ତାଙ୍କ ଘର ଖର୍ଚ୍ଚ କେମିତି ଚଳୁଛି!
ସଲମାନ ଖାନଙ୍କ ଏକ୍ସ ଭାଉଜ ତଥା ଅରବାଜ ଖାନଙ୍କ ପୂର୍ବତନ ପତ୍ନୀ ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ନଜର ଆସୁ ନ ଥିଲେ ବି ଏହା ତାଙ୍କ ଜୀବନ ଉପରେ କିଛି ଅସୁବିଧା କରୁନି । ଏହି ଅଭିନେତ୍ରୀ ଜଣକ ବିନ୍ଦାସ ଭାବରେ ବିଳାସପୂର୍ଣ୍ଣ ଜୀବନ ବଞ୍ଚି ଚାଲିଛନ୍ତି । ତେବେ ଆପଣ ଭାବୁଥିବେ ଯେ, ସେ ବିନା ସିନେମାରେ କେମିତି ନିଜର ଜୀବନଧାରଣ କରୁଛନ୍ତି । ବାସ୍ତବରେ କହିବାକୁ ଗଲେ, ଏହି ଗ୍ଲେମରିୟସ ଅଭିନେତ୍ରୀଙ୍କ ଆୟର ଅନ୍ୟ ଅନେକ ମାଧ୍ୟମ ରହିଛି । ସିନେମାରୁ ଦୂରରେ ଥିଲେ ବି ଟିଭି ସୋ’ରେ ବିଚାରକ ଭାବରେ କାମ କରି ଭଲ ରୋଜଗାର କରନ୍ତି । ଗୋଟିଏ ଏପିସୋଡରେ ବିଚାରକ ଦାୟିତ୍ୱ ତୁଲାଇଲେ ତାଙ୍କୁ ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ମିଳିଥାଏ । ରିପୋର୍ଟ ଅନୁସାରେ, ମଲାଇକାଙ୍କ ଷ୍ଟାର୍ଟଅପ ବିଜନେସ ମଧ୍ୟ ରହିଛି । ଯେଉଁଥିରେ ଫିଟନେସ ଏପ ‘ସରୱା ୟୋଗା’ ତଥା ଇ- କମର୍ସ ଲେବଲ ଲାଇଫ ଏକ୍ସେଲ ଓ ଅନେକ ଫ୍ୟାସନ ୱାଲର୍ଡରେ ଇନଭେଷ୍ଟମେଣ୍ଟ ସମ୍ପୃକ୍ତ ଅଛି ।

ମଲାଇକା ମୁମ୍ବାଇସ୍ଥିତ ବାନ୍ଦ୍ରାର ଯେଉଁ ଘରେ ରୁହନ୍ତି ତାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା । ଏହି ସେକ୍ସି ଅଭିନେତ୍ରୀଙ୍କ ପାଖରେ ବହୁ ବିଳାସପୂର୍ଣ୍ଣ ଗାଡି ମଧ୍ୟ ରହିଛି । ବହୁ ବଡ ବଡ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି ମଲାଇକା । ଯେଉଁଥିପାଇଁ ତାଙ୍କୁ ପ୍ରାୟ ୭୦ ଲକ୍ଷରୁ ୧.୬ କୋଟି ମିଳିଥାଏ । ସିନେମାରେ ଆଇଟମ ଗୀତ କଲେ ତାଙ୍କୁ ୯୦ ଲକ୍ଷରୁ ୧.୫ କୋଟି ମିଳିଥାଏ । ନିଜର ଏକ ଘରକୁ ଭଡାରେ ମଧ୍ୟ ଦେଇଛନ୍ତି ଅଭିନେତ୍ରୀ ମଲାଇକା । ଯେଉଁଥିରୁ ମାସିକ ସେ ୧.୫୭ ଲକ୍ଷ ରୋଜଗାର କରନ୍ତି । ତାହାସହ ର‌୍ୟାମ୍ପ ସୋ’ ଓ ବିଭିନ୍ନ ଇଭେଣ୍ଟରେ ମଧ୍ୟ ଭାଗ ନେଇ ସେ ରୋଜଗାର କରନ୍ତି । ରିପୋର୍ଟ ମୁତାବକ, ଛୈୟାଁ ଛୈୟାଁ ଗାର୍ଲ ମଲାଇକାଙ୍କ ନେଟୱର୍ଥ ପ୍ରାୟ ୧୦୦ କୋଟି ଅଟେ ।

Get real time updates directly on you device, subscribe now.