fbpx

‘ନା ମୋବାଇଲ, ନା ଆଧାର କାର୍ଡ’, ଏପରି ପିଲାଙ୍କ ପାଇଁ କିପରି ବୁକ୍ କରିବେ ଭ୍ୟାକ୍ସିନ୍ ସ୍ଲଟ୍? ଜାଣନ୍ତୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପଞ୍ଜୀକରଣ ଜାରୁଆରୀ ୧ରୁ ଆରମ୍ଭ ହେବ । ଏହା ସହ ୩ ଜାନୁଆରୀରୁ ଟିକା ଲଗାଇବା ଆରମ୍ଭ ହେବ । ଏଥିପାଇଁ ଆପଣ ଅନଲାଇନ୍ ବା ଭ୍ୟାକ୍ସିନେସନ ସାଇଟକୁ ଯାଇ ସିଧା ରେଜିଷ୍ଟ୍ରେସନ କରିପାରିବେ । ଅନଲାଇନ୍ ରେଜିଷ୍ଟ୍ରେସନ ପାଇଁ ଆପର CoWIN ପୋର୍ଟାଲ (cowin.gov.in)ର ସାହାର୍ଯ୍ୟ ନେଇପାରିବେ ।

ଯେଉଁ ପିଲାଙ୍କର ବର୍ତ୍ତମାନ ସୁଦ୍ଧା ଆଧାର କାର୍ଡ ବା ଅନ୍ୟ କୌଣସି ପରିଚୟ ପତ୍ର ନାହିଁ, ସେମାନେ ସ୍କୁଲ ଆଇ କାର୍ଡ ଦେଖାଇ ଟିକା ନେଇପାରିବେ । ଏହା ସହ ସ୍ଲଟ ବୁକ୍ କରିବା ପାଇଁ ପିଲାମାନେ ଅଭିଭାବକମାନଙ୍କ ମୋବାଇଲ ନମ୍ବର ବ୍ୟବହାର କରିପାରିବେ । ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ, ‘ଜାନୁଆରୀ ୩ରୁ ଟିକାକରଣ ନେଇ କିଛି ଡେଡିକେଟେଡ଼ କେନ୍ଦ୍ର କରାଯିବ । ଯେଉଁଠି ଟିକାକରଣ କେନ୍ଦ୍ର ଅଛି, ସେଠି ସକାଳ ୮ରୁ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ । ଆଧାର କାର୍ଡ ନଥିଲେ ବି ପିଲାମାନେ ସ୍କୁଲ ଆଇ କାର୍ଡ ଦେଖାଇ ଟିକା ନେଇପାରିବେ ।୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହେଇଛନ୍ତି ସେମାନେ ଟିକା ନେବାପାଇଁ ଯୋଗ୍ୟ । ଆଧାର ନଥିଲେ ସ୍କୁଲ ଆଇ କାର୍ଡ ଦେଖେଇ ମଧ୍ୟ ପିଲା ଟିକା ପାଇଁ ପଞ୍ଜିକରଣ କରିପାରିବେ । ୩୪ ଲକ୍ଷ ଲୋକ ଏବେ ବି ବାକି ଅଛନ୍ତି ପ୍ରଥମ ଡୋଜ ନେବା ପାଇଁ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି । ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ।’

Get real time updates directly on you device, subscribe now.