ଆଜିଠୁ ଚୀନ-ନେପାଳ ମଧ୍ୟରେ ଥିବା ସବୁ ସମ୍ପର୍କର The End, ଜାଣନ୍ତୁ କାହିଁକି ?
ସରିଗଲା ନେପାଳ-ଚୀନ ମଧ୍ୟରେ ସବୁ ସମ୍ପର୍କ । ଏବେ ଆଉ ନେପାଳ ଲୋକ ଚୀନ ଯାଇପାରିବେନି କି ଚୀନର ନେପାଲ ଆସିପାରିବେନି ।
ନୂଆଦିଲ୍ଲୀ: ସରିଗଲା ନେପାଳ-ଚୀନ ମଧ୍ୟରେ ସବୁ ସମ୍ପର୍କ । ଏବେ ଆଉ ନେପାଳ ଲୋକ ଚୀନ ଯାଇପାରିବେନି କି ଚୀନର ନେପାଲ ଆସିପାରିବେନି । କାରଣ ଦୁଇ ଦେଶକୁ ଯୋଡୁଥିବା ଏକମାତ୍ର ସେତୁ ବା ବ୍ରିଜ୍ ବନ୍ୟାରେ ଭାସିଯାଇଛି । ନେପାଳ-ଚୀନ ସୀମାରେ ଭୋଟେକୋଶୀ ନଦୀରେ ବନ୍ୟା ଯୋଗୁଁ ରସୁୱାଗଢୀ ଏବଂ ଚୀନକୁ ସଂଯୋଗ କରୁଥିବା ମୈତ୍ରୀ ସେତୁ ଭାସିଯାଇଛି ।
ଗତକାଲି ରାତି ପ୍ରାୟ 3ଟା 15 ସମୟରେ ଏବି ବ୍ରିଜ ବନ୍ୟାରେ ଭାସିଯାଇଛି । ଏହି ବ୍ରିଜ୍ ଦେଇ ଚୀନ ଏବଂ ନେପାଳ ମଧ୍ୟରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଣଜ୍ୟ ହେଉଥିଲା । ତେବେ ଅଚାନକ ଏହି ବନ୍ୟା ଯୋଗୁଁ ନେପାଳ ପାର୍ଶ୍ବରେ ଥିବା ପ୍ରାୟ 16 ଜଣ ନିଖୋଜ ଅଛନ୍ତି । ଆଜି ସକାଳୁ ନେପାଳୀ ସେନା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଏହି ଅଚାନକ ବନ୍ୟା ଯୋଗୁଁ ଡଜନ ଡଜନ ମାଲ ବୋଝେଇ କଣ୍ଟେନର ମଧ୍ୟ ବାସିଯାଇଛି । କେବଳ ଏତିକି ନୁହେଁ, ଚୀନରୁ ନେପାଳକୁ ରପ୍ତାନି ହୋଇଥିବା ଶହ ଶହ ବୈଦ୍ୟୁତିକ ଯାନ ପାଣିରେ ଭାସି ଯାଇଥିଲା। ସୀମାନ୍ତରେ ଠିଆ ହୋଇଥିବା ଡଜନ ଡଜନ ଟ୍ରକ ପାଣିରେ ଭାସି ଯାଇଛି, ଯାହା ଫଳରେ ଏଥିରେ ରଖାଯାଇଥିବା ସାମଗ୍ରୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।
ନେପାଳର 16 ଜଣ ଲୋକ ନିଖୋଜ
ଏହି ବନ୍ୟା ଯୋଗୁଁ ନେପାଳ ପାର୍ଶ୍ୱରେ ପ୍ରାୟ 16 ଜଣ ନିଖୋଜ ଥିବା ଖବର ମଧ୍ୟ ରହିଛି। ରସୁୱାଗଢି ଜିଲ୍ଲା ପ୍ରଶାସନ କାଠମାଣ୍ଡୁର ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସୂଚନା ଦେଇଛି। ପ୍ରଶାସନ ପକ୍ଷରୁ କାଠମାଣ୍ଡୁର ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଡ୍ୟୁଟିରେ ଥିବା 3 ଜଣ ନେପାଳ ପୋଲିସ କର୍ମଚାରୀ, 3 ଜଣ କଣ୍ଟେନର ଡ୍ରାଇଭର, 6 ଜଣ ନେପାଳୀ ଶ୍ରମିକ ଏବଂ 4 ଜଣ ଚୀନ ଶ୍ରମିକ ନିଖୋଜ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଖୋଜା ଚାଲିଛି।
ଆପଣଙ୍କୁ ଜଣାଇ ଦେଉଛୁ ଯେ ଭୋଟେକୋଶି ନଦୀ ଚୀନ ଦେଇ ନେପାଳରେ ପ୍ରବେଶ କରୁଛି। ଚୀନର ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୋଟେକୋଶି ନଦୀ ହଠାତ୍ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ କଲା। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।