fbpx

ନେପାଳର ବୈଦେଶିକ ମନ୍ତ୍ରୀ ହେଲେ ଅର୍ଜୁ ରାଣା ଦେଉବା; ସୀମା ବିବାଦକୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ନେପାଳପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡ. ଅର୍ଜୁ ରାଣା ଦେଉବାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ସେ ତାଙ୍କ ପଦ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କହିଥିଲେ ଯେ ତଥ୍ୟ ଓ ପ୍ରମାଣ ଆଧାରରେ ସୀମା ବିବାଦର ସମାଧାନ ହେବା ଦରକାର। ଏହାଦ୍ୱାରା ପଡ଼ୋଶୀ ଦେଶସହ ଅନାବଶ୍ୟକ ବିବାଦର ଅନ୍ତ ଘଟିବ। ସେ କହିଛନ୍ତି ଯେ ଅତୀତ ଭଳି ସୀମାରେ ଲଗା ଯାଇଥିବା ପିଲର୍ ଗଣନା କରି ପଡ଼ୋଶୀ ଦେଶ ସହ ସୀମା ବିବାଦର ସମାଧାନ ହେବା ଜରୁରୀ ନୁହେଁ।

ଭୂଗୋଳ, ଇତିହାସ ଏବଂ ନୂତନ ଜିପିଏସ୍ ଆଧାରିତ ବୈଜ୍ଞାନିକ ମାନଚିତ୍ର ଆଧାରରେ ଆମେ ଭାରତ ସହ ଆମର ସୀମା ବିବାଦର ସମାଧାନ କରିବୁ। ତେଣୁ ଏବେ କେଉଁ ସୀମା ପିଲର୍ କେଉଁଠି ଅଛି ତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆର୍ଜୁ ଦେଉବା କହିଛନ୍ତି, ଏବେ ତଥ୍ୟ ସାମ୍ନାକୁ ଆସିଛି। ତେଣୁ ଏବେ ଆମେ ଆମର ସୀମା ବିବାଦର ସମାଧାନ କରିପାରିବା ।

ମୋ ସୂଚନା ଅନୁଯାୟୀ ମହାକାଳୀ ହେଉଛି ସୀମାନ୍ତ ନଦୀ। ଉଭୟ ଭାରତ ଓ ନେପାଳ ପାଖରେ ଏହାର ସୁବିଧା ରହିଛି। ତେଣୁ ଏହି ମାମଲାରେ ସବୁବେଳେ ବିବାଦ ଲାଗି ରହିଆସିଛି। ରାଣା ହେଉଛନ୍ତି ନେପାଳର ଚତୁର୍ଥ ମହିଳା ବୈଦେଶିକ ମନ୍ତ୍ରୀ। ତାଙ୍କ ପୂର୍ବରୁ ବିମଳା ରାୟ ପୁଡେଲ, ସୁଜାତା କୋଇରାଲା ଓ ସାହାନା ପ୍ରଧାନ ନେପାଳର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

Get real time updates directly on you device, subscribe now.