Breaking: ଦାଦାର ମୁଣ୍ଡ-ଗଣ୍ଡି ଅଲଗା କଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଶୁଆକାଟି ଫାଣ୍ଡି ତଳକଇଁସାରି ଗାଁର ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା ।

ଦାଦାକୁ ହତ୍ୟା ପରେ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି ପୁତୁରା । ବିଭତ୍ସ ହତ୍ୟା ପରେ କଟା ମୁଣ୍ଡ ଧରି ଆତ୍ମ ସମର୍ପଣ କରିଛି ପୁତୁରା ।

ଘରୋଇ କଳିକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ । ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଛାନଭିନ ଆରମ୍ଭ କରିଦେଇଛି ।