fbpx

ନିଟ୍-ୟୁଜି କାଉନସେଲିଂ ନେଇ ଆସିଲା ବଡ ଖବର: ଜାଣନ୍ତୁ କେବେ ହେବ ଆରମ୍ଭ

ଭୁବନେଶ୍ୱର: ଜାତୀୟ ଚିକିତ୍ସା ଆୟୋଗ ଏମସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କାଉନସେଲିଂ ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏନେଇ କାଉନସେଲିଂର ବିସ୍ତୁତ ବିବରଣୀ ଏମଏମସି ୱେବସାଇଟରେ ଜାରି ହୋଇଛି। ଅଗଷ୍ଟ ୧୪ ତାରିଖରୁ ନିଟ୍-ୟୁଜି ୨୦୨୪ କାଉନସେଲିଂ ଆରମ୍ଭ ହେବ। ଏମସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସେହିପରି ୩ଟି ମୁଖ୍ୟ ରାଉଣ୍ଡରେ ନିଟ୍ ୟୁଜି କାଉନସେଲିଂକୁ ଏମସିସି ପରିଚାଳନା କରିବ। ତେବେ ପ୍ରାର୍ଥୀମାନଙ୍କୁ ଏହି ନୋଟିସ୍ ବିଷୟରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଆୟୁଷ ଓ ନର୍ସିଂ ସିଟ୍ ବ୍ୟତୀତ ୨୧ ହଜାର ବିଡିଏସ୍ ସିଟ୍ ପାଇଁ କାଉନସେଲିଂ କରାଯିବ ।

ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ କାଉନସେଲିଂ ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ସୂଚନା ରହିଛି। ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ। ତେବେ ଅଲ୍ ଇଣ୍ଡିଆ କୋଟା ଆଧାରରେ ନାମଲେଖା ହେବ। ଅଲ୍ ଇଣ୍ଡିଆ କୋଟା ଆଧାରରେ ୧୫ ପ୍ରତିଶତ ସିଟ୍‌ରେ କାଉନସେଲିଂ ପ୍ରକ୍ରିୟା ହେବ। ବାକି ୮୫ ପ୍ରତିଶତ ସିଟ୍‌ରେ ରାଜ୍ୟ କୋଟାରେ କାଉନସେଲିଂ କରାଯିବ।

 

Get real time updates directly on you device, subscribe now.