ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍-୨୦୨୩ରେ ଚିଲି ବିପକ୍ଷରେ ଗୋଲଦ୍ ବର୍ଷା କରିଛି ନେଦରଲ୍ୟାଣ୍ଡସ୍। ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ର ଖେଳାଳି ମାନେ ଚିଲି ବିପକ୍ଷରେ ୧୪ ଟି ଗୋଲ୍ ସ୍କୋର କରି ବିଶାଳ ବିଜୟ ହାସଲ କରିଥିଲେ। ଏହା ସହିତ ନେଦରଲ୍ୟାଣ୍ଡସ୍ ଏକ ବିଶ୍ୱକପ ମ୍ୟାଚ୍ରେ ସର୍ବାଧିକ ଗୋଲ୍ ସ୍କୋର କରି ରେକର୍ଡ ବିଜୟ ହାସଲ କରିଛି।
ନେଦରଲ୍ୟାଣ୍ଡସ୍ ପାଇଁ ଜନସିନ୍ ଜିପ୍ ସର୍ବାଧିକ ୪ଟି ଗୋଲ୍ ସ୍କୋର କିରି ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି। ତାଙ୍କ ବ୍ୟତିତ ବିଙ୍କମ୍ୟାନ୍ ଥିରି ୨ଟି ଫିଲ୍ଡ ଗୋଲ ସମେତ ୨୫, ୩୩ ଓ ୫୮ ମିନିଟ୍ରେ ୩ଟି ଗୋଲ୍ ଦେଇଥିବା ବେଳେ ୪୦ ଓ ୪୫ ମିନିଟରେ ବିଜେନ୍ କୋଏନ୍ ଫିଲ୍ଡ ଗୋଲ ଦେଇଥିଲେ। ଡେ ଭିଡଲର ଡେରାକ୍, ଭାନ୍ ଦାମ୍ ଥିଜିସ, ପିଟରସ୍ ତେରାନ୍ସ, ବ୍ଲକ ଜଷ୍ଟେନ୍ ଓ ବେଇନ୍ସ ଟେଉନ୍ ଯଥାକ୍ରମେ ୨୨, ୨୩, ୩୭, ୪୨ ଓ ୪୮ ମିନିଟରେ ଗୋଲ ଦେଇଥିଲେ।